ନୂଆଦିଲ୍ଲୀ: ଭାରତ ଆଜି ଉଲ୍ଲେଖନୀୟ ସଫଳତା ହାସଲ କରିଛି । କୋଭିଡ-19 କବଳରୁ 10 ଲକ୍ଷରୁ ଅଧିକ ଆରୋଗ୍ୟ ଲାଭ କରିଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଦେଶରେ ମୋଟ 10 ଲକ୍ଷ 20 ହଜାର 582 ଜଣ ଲୋକ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି । 24 ଘଣ୍ଟା ମଧ୍ୟରେ 32 ହଜାର 553 ଜଣ ଆରୋଗ୍ୟ ହୋଇଥିବା ସୂଚନା ମିଳିଛି।
କୋରୋନା ଲଢେଇରେ ସଫଳତା, ଦେଶରେ 10 ଲକ୍ଷ ପାର୍ କଲା ଆରୋଗ୍ୟ ସଂଖ୍ୟା - COVID-19
ଭାରତ ଆଜି ଉଲ୍ଲେଖନୀୟ ସଫଳତା ହାସଲ କରିଛି । କୋଭିଡ-19 କବଳରୁ 10 ଲକ୍ଷରୁ ଅଧିକ ଆରୋଗ୍ୟ ଲାଭ କରିଛନ୍ତି ।
କୋରୋନା ଲଢେଇ
ଏହା ସହିତ ପୁନରୁଦ୍ଧାର ହାର 64.43 ପ୍ରତିଶତକୁ ବୃଦ୍ଧି ପାଇଛି । କୋରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହାର ଦେଶରେ 2.20 ପ୍ରତିଶତକୁ ହ୍ରାସ ପାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବାନୁସାରେ, ଗୋଟିଏ ଦିନରେ ଦେଶରେ ସର୍ବାଧିକ 52 ହଜାର 123 ନୂତନ କୋଭିଡ-19 ମାମଲା ସାମ୍ନାକୁ ଆସିଛି ।
ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା 5 ଲକ୍ଷ 28 ହଜାର 242 । ଗୋଟିଏ ଦିନରେ ସାରା ଦେଶରେ 775 ଜଣଙ୍କର ମୃତ୍ୟୁ ହେବା ସହ ମୋଟ୍ ମୃତ୍ୟୁ ସଂଖ୍ୟା 34 ହଜାର 968 ରେ ପହଞ୍ଚିଥିବା ଜଣାଯାଇଛି।