ନୂଆଦିଲ୍ଲୀ: କୌଣସି ଭ୍ୟାକ୍ସିନ୍ କି ଔଷଧୀୟ ଉପଚାର ନୁହେଁ ବରଂ ହନୁମାନ ଚାଳିସା ପାଠ କର। ଏହି ମନ୍ତ୍ର ଶକ୍ତି ଦ୍ବାରା କୋଭିଡ୍ ମହାମାରୀକୁ ଭେଦ କରିହେବ ବୋଲି ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ଠାକୁର୍ ମନ୍ତଵ୍ୟ ଦେଇଛନ୍ତି। ଦେଶରେ ଦ୍ରୁତ ଗତିରେ କୋରୋନା ବଢୁଛି। ଏହାକୁ ଦୃଷ୍ଟିରେ ରଖି ଆଧ୍ୟାତ୍ମିକ ମହୋଷୌଧିର ଉପସମ ଵାଣ୍ଟିଛନ୍ତି ସାଂସଦ। ପ୍ରୟାଗ ସିଂ ଠାକୁର ଶନିବାର କହିଛନ୍ତି ଯେ, କୋରୋନା ଭାଇରସ୍ ମହାମାରୀକୁ ଦୂର କରିବା ପାଇଁ ଲୋକମାନେ ଅଗଷ୍ଟ 5 ପର୍ଯ୍ୟନ୍ତ ଦିନକୁ ପାଞ୍ଚ ଥର ହନୁମାନ ଚାଳିଶା ପାଠ କରିବା ଉଚିତ୍।
ସୂଚନାଯୋଗ୍ୟ ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ “ଭୂମି ପୂଜନ” ସମାରୋହ ଅଗଷ୍ଟ ୨ ତାରିଖରେ ହେବାକୁ ଯାଉଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଐତିହାସିକ ସମାରୋହରେ ଯୋଗଦେବେ। ଆସନ୍ତୁ ଆମେ ସମସ୍ତେ ଏକତ୍ରିତ ହୋଇ ଲୋକମାନଙ୍କୁ ସୁସ୍ଥ ରଖିବା ଏବଂ କୋରୋନା ଭାଇରସ୍ ମହାମାରୀକୁ ସମାପ୍ତ କରିବା ପାଇଁ ଏକ ଆଧ୍ୟାତ୍ମିକ ପ୍ରୟାସ କରିବା। ଜୁଲାଇ 25 ରୁ ଅଗଷ୍ଟ 5 ପର୍ଯ୍ୟନ୍ତ ଆପଣଙ୍କ ଘରେ ଦିନକୁ ପାଞ୍ଚ ଥର ହନୁମାନ ଚାଳିଶା ପଢନ୍ତୁ। ଦୀପ ଜାଳିବା ଦ୍ୱାରା ଏହି ରୀତିନୀତି ଶେଷ କରନ୍ତୁ ଏବଂ ଘରେ ପ୍ରଭୁ ରାମଙ୍କୁ '' ଆରତୀ '' ପ୍ରଦାନ କରିବା ପାଇଁ ଠାକୁର ଟୁଇଟ୍ କରିଛନ୍ତି।