ଓଡିଶା

odisha

ETV Bharat / bharat

ସାମ୍ପ୍ରତ୍ତିକ ସମୟର ପ୍ରେରଣାଦାୟୀ ଭାଷଣ, ରତନ ଟାଟାଙ୍କ ଉତ୍ଥାନ ଓ ପତନ ଅନ୍ଦାଜ ! - କୋରୋନା ଭାଇରସ ନ୍ୟୁଜ୍

କୋରୋନା ମହାମାରୀ କାରଣରୁ ଅର୍ଥନୀତିର ବିପୁଳ ପତନ ହେବାର ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି। ହେଲେ ମନୁଷ୍ୟ ଜୀବନ ବଦଳରେ ଅନ୍ୟ କୌଣସି ବିଷୟରେ ଚିନ୍ତା ନକରି ପରିସ୍ଥିତିକୁ ଧୌର୍ଯ୍ୟର ସହ ସାମ୍ନା କରିବାକୁ ରତନ ଟାଟା କହିଛନ୍ତି।

Ratan Tata's
ସାମ୍ପ୍ରତ୍ତିକ ସମୟର ପ୍ରେରଣାଦାୟୀ ଭାଷଣ, ରତନ ଟାଟାଙ୍କ ଉତ୍ଥାନ ଓ ପତନ ଅନ୍ଦାଜ !

By

Published : Apr 11, 2020, 2:12 PM IST

ନୂଆଦିଲ୍ଲୀ: ଦେଶ ଲଢୁଛି କୋରୋନା ଯୁଦ୍ଧ। ଏହି ସମୟରେ 21 ଦିନିଆ ଲକଡାଉନ ଘୋଷଣା କରାଯାଇଛି। ତେବେ ସମସ୍ତେ ଅର୍ଥନୀତିର ଚିନ୍ତା କରୁଥିବା ବେଳେ ସମସ୍ତଙ୍କୁ ଜୋଶ ଯୋଗାଇଛନ୍ତି ରତନ ଟାଟା।

''କୋରୋନା ମହାମାରୀ କାରଣରୁ ଅର୍ଥନୀତିର ବିପୁଳ ପତନ ହେବାର ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି। ମୁଁ ଏହି ବିଶେଷଜ୍ଞମାନଙ୍କ ବିଷୟରେ ଅଧିକ ଜାଣେ ନାହିଁ । କିନ୍ତୁ ମୁଁ ନିଶ୍ଚିତ ଭାବେ ଜାଣେ ଯେ ସେମାନେ ମାନବ ପ୍ରେରଣା ଏବଂ ନିର୍ଦ୍ଦିଷ୍ଟ ପ୍ରୟାସର ମୂଲ୍ୟ ବିଷୟରେ କିଛି ଜାଣନ୍ତି ନାହାଁନ୍ତି '' ବୋଲି ରତନ୍ ଟାଟା କହିଛନ୍ତି।

ଯଦି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସମୁଦାୟ ବିନାଶ ପରେ ଜାପାନର କୌଣସି ଭବିଷ୍ୟତ ନଥିଲା, ମାତ୍ର 3 ଦଶନ୍ଧି ମଧ୍ୟରେ ସମାନ ଜାପାନ ବଜାର ସ୍ଥାନରେ ଆମେରିକାର କାନ୍ଦଣା ସୃଷ୍ଟି କରିଥିଲା। ତେବେ ଏଵେ କାହିଁକି ନକରାତ୍ମକ ଚର୍ଚ୍ଚା ବୋଲି ସେ ପ୍ରଶ୍ନ କରିଛନ୍ତି।

ଏରୋଡାଇନାମିକ୍ସର ନିୟମ ଅନୁଯାୟୀ, ମହୁମାଛି ଉଡିପାରିବ ନାହିଁ, କିନ୍ତୁ ଏହା ଉଡିଯାଏ-କାରଣ ଏହା ଏରୋଡାଇନାମିକ୍ସର ନିୟମ ଜାଣେ ନାହିଁ, ଯଦି ବିଶେଷଜ୍ଞମାନଙ୍କୁ ବିଶ୍ବ ବିଶ୍ବାସ କରାଯାଏ, ତେବେ ଆମେ 83 ବିଶ୍ୱକପରେ କେଉଁଠାରେ ନଥାନ୍ତୁ ବୋଲି ସେ ମତ ଦେଇଛନ୍ତି।

ଯଦି ଆଥଲେଟିକ୍ସ କଥା ନଜରକୁ ଆଣିବା, ପ୍ରଥମ ନାମ ଆସିବ 4 ଥର ଅଲିମ୍ପିକ୍ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଆମେରିକୀୟ ମହିଳା ୱିଲମା ରୁଡଫୋଲ। ତଙ୍କୁ ଡାକ୍ତର ମାନେ କେବେ ଚାଲିନପାରିବେ ନାହିଁ ଶୁଣାଇଥିଲେ ହେଲେ ସେ ତାକୁ ଭୁଲ ପ୍ରମାଣିତ କରି ନିଜ ବିଶ୍ୱାସ ବଳରେ ଜିତିକି ଦେଖାଇଲେ । ଯଦି ବିଶେଷଜ୍ଞମାନଙ୍କୁ ବିଶ୍ୱାସ କରାଯାଏ ତେବେ ଅରୁଣିମା ସିଙ୍ଗାପୁର ସାଧାରଣ ଜୀବନଯାପନ କରିପାରିବ ନାହିଁ। କିନ୍ତୁ ସେ ଏଭରେଷ୍ଟ ପର୍ବତ ଉପରକୁ କେମିତି ଚଢିଲେ ? ବୋଲି ସେ ପ୍ରଶ୍ନ କରିଛନ୍ତି।

କୋରୋନା ସଙ୍କଟ ଭିନ୍ନ ନୁହେଁ । ମୋର କୌଣସି ସନ୍ଦେହ ନାହିଁ ଯେ, ଆମେ ସମସ୍ତେ କୋରୋନାକୁ ସାଥି ହୋଇ ପରାସ୍ତ କରିବା। ଏଥିରେ ଭାରତୀୟ ଅର୍ଥନୀତି ଏକ ବଡ଼ ଢଙ୍ଗରେ ପଛକୁ ଯାଇପାରେ !

ABOUT THE AUTHOR

...view details