ଓଡିଶା

odisha

ETV Bharat / bharat

ବେଙ୍ଗାଲୁରୁର ରିସର୍ଟ ଛାଡିଲେ ମଧ୍ୟପ୍ରଦେଶ କଂଗ୍ରେସରୁ ଇସ୍ତଫା ଦେଇଥିବା 22 ବିଧାୟକ

କମଲନାଥଙ୍କ ଇସ୍ତଫାର ଗୋଟିଏ ଦିନ ପରେ ମଧ୍ୟପ୍ରଦେଶ କଂଗ୍ରେସରୁ ଇସ୍ତଫା ଦେଇଥିବା 22 ବିଧାୟକ ବେଙ୍ଗାଲୁରୁ ଛାଡିଛନ୍ତି । ବିଧାୟକଙ୍କୁ ବନ୍ଦୀ କରି ରଖାଯାଇଥିବା ପୂର୍ବରୁ ଅଭିଯୋଗ କରିଥିଲେ କମଲନାଥ । ଅଧିକ ପଢନ୍ତୁ...

ବେଙ୍ଗାଲୁରୁର ରିସର୍ଟ ଛାଡିଲେ ମଧ୍ୟପ୍ରଦେଶ କଂଗ୍ରେସରୁ ଇସ୍ତଫା ଦେଇଥିବା 22 ବିଧାୟକ
ବେଙ୍ଗାଲୁରୁର ରିସର୍ଟ ଛାଡିଲେ ମଧ୍ୟପ୍ରଦେଶ କଂଗ୍ରେସରୁ ଇସ୍ତଫା ଦେଇଥିବା 22 ବିଧାୟକ

By

Published : Mar 21, 2020, 10:34 AM IST


ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ପଦରୁ କମଲନାଥଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶରେ ବିଜେପି ସାମ୍ନାରେ ସରକାର ଗଢିବାର ରାସ୍ତା ପରିଷ୍କାର ହୋଇସାରିଛି । ସେପଟେ କମଲନାଥ ସରକାର ଗଡିବାର ଗୋଟିଏ ଦିନ ପରେ ତଥାରବିବାର ବେଙ୍ଗାଲୁରୁ ଛାଡିଛନ୍ତି ମଧ୍ୟପ୍ରଦେଶ କଂଗ୍ରେସରୁ ଇସ୍ତଫା ଦେଇଥିବା 22 ବିଧାୟକ ।

କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ ମହାରାଜଙ୍କ ହାତଧରି ଗୋଟିଏ ପରେ ଗୋଟିଏ 22 ବିଧାୟକ କଂଗ୍ରେସର ହାତ ଛାଡିଦେଇଥିଲେ । ମଧ୍ୟପ୍ରଦେଶରେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବେଙ୍ଗାଲରୁରର ଏକ ରିସର୍ଟରେ ଅନେକ ଦିନରୁ ଡେରା ପକାଇଥିଲେ ଏହି 22 ବିଧାୟକ । ତେବେ ବହୁମତ ନଥିବା କାରଣରୁ ମୁଖ୍ୟମନ୍ତ୍ରୀ ପଦରୁ କମଲନାଥ ଇସ୍ତଫା ଦେବାପରେ ମଧ୍ୟପ୍ରଦେଶ ରାଜନୀତିରେ ଲାଗିରହିଥିବା ସସପେନ୍ସ ଉପରୁ ପରଦା ଉଠିଛି । ବେଙ୍ଗାଲୁରୁରେ ଥିବା ମଧ୍ୟପ୍ରଦେଶ 22 ବିଧାୟକ ରିସର୍ଟ ଛାଡି ମଧ୍ୟପ୍ରଦେଶ ଫେରୁଛନ୍ତି । ଏନେଇ ବେଙ୍ଗାଲୁରର ରିସର୍ଟ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଛି ।

କଂଗ୍ରେସ ଛାଡିଥିବା ଏହି 22 ବିଧାୟକଙ୍କୁ ବେଙ୍ଗାଲୁରରୁରେ ବିଜେପି ବନ୍ଦୀ କରି ରଖିଥିବା ଅଭିଯୋଗ କରିଥିଲେ କମଲନାଥ । ତେବେ ସେମାନଙ୍କୁ ବନ୍ଦୀ ମୁକ୍ତ କରିବା ପରେ ହିଁ ବହୁମତ ସାବ୍ୟସ୍ତ କରିବାକୁ ସେ କହିଥିଲେ । ହେଲେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ କମଲନାଥଙ୍କୁ ନିଜର ପରାଜୟ ସ୍ବୀକାର କରିବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା ।

@ANI

ABOUT THE AUTHOR

...view details