ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଅମରନାଥ ଯାତ୍ରାକୁ ରଦ୍ଦ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ତୁରନ୍ତ କାଶ୍ମୀର ଛାଡିବା ପାଇଁ ନୋଟିସ ଜାରି ହୋଇଛି । ତେବେ ରାଜ୍ୟ ସରକାରଙ୍କ ନୋଟିସ ଜାରି ପରେ ଶ୍ରୀନଗର ବିମାନ ବନ୍ଦରର ନିର୍ଦ୍ଦେଶକ ସ୍ବତନ୍ତ୍ର ବିମାନ ବନ୍ଦର ସୁରକ୍ଷା ସମିତିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛନ୍ତି ।
କମ୍ପୁଛି କାଶ୍ମୀର, ପେଟ୍ରୋଲ ବୋହିବାରେ ବ୍ୟସ୍ତ ଅଞ୍ଚଳବାସୀ - local reaction
ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଅମରନାଥ ଯାତ୍ରାକୁ ରଦ୍ଦ କରିବା ସହ ତୁରନ୍ତ କାଶ୍ମୀର ଛାଡିବା ପାଇଁ ନୋଟିସ ଜାରି ହୋଇଛି । ସରକାରଙ୍କ ନୋଟିସ ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
ସେପଟେ ସରକାରଙ୍କ ନୋଟିସ ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଶ୍ରୀନଗରର ବିଭିନ୍ନ ମାର୍ଗରେ ଅବ୍ୟବସ୍ଥା ଖେଳିଯାଇଛି । ବିଭିନ୍ନ ପେଟ୍ରୋଲ ପମ୍ପ, ଏଟିଏମ ଏବଂ ଜରୁରୀକାଳୀନ ଆସବାବପତ୍ର ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ତେବେ କାଶ୍ମୀରର ଅବ୍ୟବସ୍ଥାକୁ ଦେଖି କାଶ୍ମୀର ଡିଭିଜନାଲ କମିଶନର ବସୀର ଖାନ ସ୍ଥାନୀୟ ଲୋକଙ୍କୁ ସ୍ଥିର ରହିବାକୁ ଆବେଦନ କରିଛନ୍ତି । ନୋଟିସ କେବଳ ଯାତ୍ରୀଙ୍କ ପାଇଁ ଥିଲା ବୋଲି ସେ କହିଛନ୍ତି । ଦେଖନ୍ତୁ କ’ଣ କହୁଛି କାଶ୍ମୀର...
ଭିଡିଓ ସୌଜନ୍ୟ: ଇଟିଭି ଭାରତ