ଓଡିଶା

odisha

ETV Bharat / bharat

‘ବାପା ଯେପରି ପୁଅ ସେପରି’

ଆଜମ ଖାନ୍‌ଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କ ‘ଅନାରକଲି’ ଟିପ୍ପଣୀ ଉପରେ ‘ବାପା ଯେପରି ପୁଅ ସେପରି’ ବୋଲି କହିଛନ୍ତି ଜୟପ୍ରଦା।

By

Published : Apr 22, 2019, 1:37 PM IST

Updated : Apr 22, 2019, 4:55 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ରାମପୁର ଲୋକସଭାର ବିଜେପି ପ୍ରାର୍ଥୀ ଜୟପ୍ରଦାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । ପ୍ରଥମେ ଜୟପ୍ରଦାଙ୍କୁ ନେଇ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ମନ୍ତବ୍ୟ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଆଉ ଏବେ ଆଜମ୍‌ଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କ ବୟାନ ସେହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

ଅବଦୁଲ୍ଲା ଏକ ସଭାରେ ଜୟାଙ୍କୁ ପରୋକ୍ଷରେ ‘ଅନାରକଲି’ କହିବା ସହ ରାମପୁରବାସୀ ଅଲ୍ଲୀ ଓ ବଜରଙ୍ଗବାଲୀ ଚାହାଁନ୍ତି କିନ୍ତୁ ଅନାରକଲୀ ନୁହେଁ ବୋଲି କହିଛନ୍ତି । ତେବେ ଏହି ଟିପ୍ପଣୀ ଉପରେ ନିଜର ମତ ରଖି ‘ବାପା ଯେପରି ପୁଅ ସେପରି’ ବୋଲି ଜୟପ୍ରଦା କହିଛନ୍ତି ।

ସୂଚନାଥାଉକି, ଜୟପ୍ରଦା ବିରୋଧରେ ଖରାପ ମନ୍ତବ୍ୟ ଦେଇଥିବାରୁ ଆଜମଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ତାଙ୍କୁ 72ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିବାକୁ ଦିଆଯାଇନଥିଲା ।

Last Updated : Apr 22, 2019, 4:55 PM IST

For All Latest Updates

ABOUT THE AUTHOR

...view details