ଓଡିଶା

odisha

'ପରାଜିତ ବ୍ୟକ୍ତି କହୁଛନ୍ତି ସମଗ୍ର ବିଶ୍ବରେ ବିଜେପି-ଆରଏସଏସ ନିୟନ୍ତ୍ରଣ ରହିଛି'

By

Published : Aug 16, 2020, 8:32 PM IST

ବିଜେପି ଓ ଆରଏସଏସ ବିରୋଧରେ ରାହୁଲଗାନ୍ଧୀଙ୍କ ଅଭିଯୋଗର ପାଲଟା ଜବାବ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ହାରିଯାଇଥିବା ବ୍ୟକ୍ତି ସାରା ବିଶ୍ବ ଉପରେ ବିଜେପି ଓ ଆରଏସଏସର ନିୟନ୍ତ୍ରଣ ଥିବା କହୁଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ରବିଶଙ୍କର । ଅଧିକ ପଢନ୍ତୁ...

'ପରାଜିତ ବ୍ୟକ୍ତି କହୁଛନ୍ତି ସମଗ୍ର ବିଶ୍ବ ଉପରେ ବିଜେପି-ଆରଏସଏସ ନିୟନ୍ତ୍ରଣ ରହିଛି'
'ପରାଜିତ ବ୍ୟକ୍ତି କହୁଛନ୍ତି ସମଗ୍ର ବିଶ୍ବ ଉପରେ ବିଜେପି-ଆରଏସଏସ ନିୟନ୍ତ୍ରଣ ରହିଛି'

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଫେସବୁକ ଓ ହ୍ବାଟ୍ସଆପକୁ କଣ୍ଟ୍ରୋଲ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ରାହୁଲଙ୍କ ଏହି ଅଭିଯୋଗର ପାଲଟା ଜବାବ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ହାରିଯାଇଥିବା ବ୍ୟକ୍ତି ସାରା ବିଶ୍ବ ଉପରେ ବିଜେପି ଓ ଆରଏସଏସର ନିୟନ୍ତ୍ରଣ ଥିବା କହୁଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ରବିଶଙ୍କର ।

ରବିଶଙ୍କର ପ୍ରସାଦ ଟ୍ବିଟ କରି କହିଛନ୍ତି, ପରାଜିତ ଲୋକମାନେ, ଯେଉଁମାନେ ନିଜ ନିଜ ଦଳରେ ମଧ୍ୟ ଲୋକଙ୍କୁ ପ୍ରଭାବିତ କରିପାରୁନାହାଁନ୍ତି ସେମାନେ ହିଁ ସମଗ୍ର ବିଶ୍ବ ବିଜେପି ଏବଂ ଆରଏସଏସ ଦ୍ବାରା ନିୟନ୍ତ୍ରିତ ହେଉଥିବା କହିଆସୁଛନ୍ତି | ନିର୍ବାଚନ ପୂର୍ବରୁ ତଥ୍ୟକୁ ଅସ୍ତ୍ର କରିଥିବା ସହ ଫେସବୁକ ସହ ଆପଣଙ୍କ ସମ୍ପର୍କ ଥିବା ବିଷୟ ଧରାପଡିଥିଲା । ତେବେ ବର୍ତ୍ତମାନ ବିଜେପିକୁ ପ୍ରଶ୍ନ କରିବାର ସାହସ କିପରି ହେଲା ବୋଲି ରବିଶଙ୍କର କହିଛନ୍ତି ।

ଏହା ସହ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସତ୍ୟ ହେଉଛି ଆଜି ସୂଚନା ତଥା ଅଭିବ୍ୟକ୍ତିର ସ୍ବାଧୀନତାକୁ ଗଣତାନ୍ତ୍ରିକ କରାଯାଇଛି। ଏହା ଆଉ ଆପଣଙ୍କ ପରିବାରର ଦ୍ବାରା ନିୟନ୍ତ୍ରିତ ନୁହେଁ, ତେଣୁ ଆପଣ ଯନ୍ତ୍ରଣା ଭୋଗୁଛନ୍ତି | ବର୍ତ୍ତମାନ ଯାଏଁ ବେଙ୍ଗାଲୁରୁ ଦଙ୍ଗା ନେଇ ରାହୁଲ ନିନ୍ଦା ପ୍ରକଟ କରିନାହାନ୍ତି, ତେବେ ଏହିସ୍ଥଳେ ତାଙ୍କର ସାହସ କେଉଁଠାରେ ଲୋପ ପାଇଗଲା ବୋଲି ପ୍ରଶ୍ନ କରିଛନ୍ତି ରବିଶଙ୍କର ।

ABOUT THE AUTHOR

...view details