ନୂଆଦିଲ୍ଲୀ: ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୋସିଆଲ ମିଡିଆରେ ବିଚାରପତିଙ୍କ ଉପରେ ହୋଇଥିବା ବ୍ୟକ୍ତିଗତ ଆକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏକ ଇଂରାଜୀ ଖବରକାଗଜରେ ଲେଖାଯାଇଥିବା ଏକ ଆର୍ଟିକିଲରେ ବଢୁଥିବା ଏହି ଟ୍ରେଣ୍ଡକୁ ଚିନ୍ତାର ବିଷୟ ବୋଲି ବର୍ଣ୍ଣନା କରାଯାଇଛି । ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ଜନହିତ ଯାଚିକା ନାମରେ ସୋସିଆଲ ମିଡିଆରେ ନିଜ ଅଭିବ୍ୟକ୍ତିକୁ ପ୍ରକାଶ କରିବା ଓ ନିଜ ପକ୍ଷରେ ଆଦେଶ ଶୁଣାଇବାକୁ ପରିବେଶ ବନେଇବା ଆଦି ଏକ ଭୁଲ୍ ଧାରା ।
ସୋସିଆଲ ମିଡିଆରେ ବିଚାରପତିଙ୍କ ଉପରେ ଆକ୍ରମଣକୁ ନେଇ ଚିନ୍ତିତ ରବିଶଙ୍କର - ସୋସିଆଲ ମିଡିଆରେ ବିଚାରପତିଙ୍କ ଉପରେ ଆକ୍ରମଣ
ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୋସିଆଲ ମିଡିଆରେ ବିଚାରପତିଙ୍କ ଉପରେ ହୋଇଥିବା ବ୍ୟକ୍ତିଗତ ଆକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।
ଗତ କିଛି ବର୍ଷ ହେବ ମନ ମୁତାବକ ନ୍ୟାୟ ନ ମିଳିଲେ କଂଗ୍ରେସ ଓ କଂଗ୍ରେସ ସମର୍ଥିତ ଓକିଲଙ୍କ ପକ୍ଷରୁ ଭାରତର ମୁଖ୍ୟ ନ୍ୟାୟାଳୟ ବିରୋଧରେ ମକଦ୍ଦମା କରିବା ଅତ୍ୟନ୍ତ ଦୁଃଭାଗ୍ୟପୂର୍ଣ୍ଣ ବିଷୟ ବୋଲି ସେ କହିଛନ୍ତି । ଆଇନ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ମୋଦି ସରକାରଙ୍କ ବଡ ନେତାମାନେ ଜରୁରୀକାଳୀନ ପରିସ୍ଥିତିରେ ନ୍ୟାୟପାଳିକାର ସ୍ବାଧୀନତା ପାଇଁ ନିର୍ଯାତନା ସହିଛନ୍ତି, ତେଣୁ ନ୍ୟାୟପାଳିକା ଉପରେ ଆକ୍ରମଣକୁ ନେଇ ସେମାନେ ଚିନ୍ତିତ ଅଛନ୍ତି ।
ଏହାପୂର୍ବରୁ ରବି ଶଙ୍କର ପ୍ରସାଦ ଫେସବୁକ ବିବାଦରେ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି କହିଥିଲେ ଯେ ଫେସବୁକ ଭାରତ ଦଳର ଅନେକ ବରିଷ୍ଠ ଅଧିକାରୀ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଚିନ୍ତାଧାରାର ସମର୍ଥକ। ଏହି ଚିଠିରେ ସେ ଲେଖିଛନ୍ତି ଯେ ଫେସବୁକ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀଙ୍କୁ ଅଶାଳୀନ କଥା କହୁଥିବା ପୋଷ୍ଟକୁ ସମର୍ଥନ କରୁଛନ୍ତି ।