କୋଚି:ମୋଷ୍ଟୱାଣ୍ଟେଡ ରୌଫ ସରିଫର ବ୍ୟାଙ୍କ ଆକାଉଣ୍ଟ ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ଆକାଉଣ୍ଟରେ 2 କୋଟି 21 ଲକ୍ଷ ଟଙ୍କା ଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛି। କ୍ୟାମ୍ପସ ଫ୍ରଣ୍ଟ ନାମକ ଏକ ଛାତ୍ର ସଂଘର ସାଧାରଣା ସମ୍ପାଦକ ଦାୟିତ୍ବରେ ରହିଥିଲା ରୌଫ ସେରିଫ। ତେବେ ଏହି ସମୟରେ ଏକ ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତ ରହିଥିଲା ରୌଫ। ଏହାପରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଖିରେ ଧୁଳି ଦେଇ ଫେରାର ହୋଇ ଯାଇଥିଲା।
ଅର୍ଥ ହେରଫେର ମାମଲାରେ ରୌଫ ସରିଫର ବ୍ୟାଙ୍କ ଆକାଉଣ୍ଟ ଜବତ - ବ୍ୟାଙ୍କ ଆକାଉଣ୍ଟ ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ମୋଷ୍ଟୱାଣ୍ଟେଡ ରୌଫ ସରିଫର ବ୍ୟାଙ୍କ ଆକାଉଣ୍ଟ ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ଆକାଉଣ୍ଟରେ 2 କୋଟି 21 ଲକ୍ଷ ଟଙ୍କା ଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛି। କ୍ୟାମ୍ପସ ଫ୍ରଣ୍ଟ ନାମକ ଏକ ଛାତ୍ର ସଂଘର ସାଧାରଣ ସମ୍ପାଦକ ଦାୟିତ୍ବରେ ରହିଥିଲା ରୌଫ ସେରିଫ। ଅଧିକ ପଢ଼ନ୍ତୁ...
![ଅର୍ଥ ହେରଫେର ମାମଲାରେ ରୌଫ ସରିଫର ବ୍ୟାଙ୍କ ଆକାଉଣ୍ଟ ଜବତ Rauf Serif's bank account was seized by enforcement directorate in a money laundering case](https://etvbharatimages.akamaized.net/etvbharat/prod-images/768-512-9867349-thumbnail-3x2-kjf.jpg)
ତେବେ ଗତ ଶନିବାର ଦେଶ ଛାଡ଼ିଯିବାକୁ ଯୋଜନା କରୁଥିବା ବେଲେ ଥିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନ ବନ୍ଦରରକୁ ତାକୁ ଗିରଫ କରିଥିଲା ପୋଲିସ। ଏହାପରେ ତାକୁ ପିଏମଏଲଏ କୋର୍ଟ(Prevention Of Money Laundering Act)ରେ ହାଜର କରାଯାଇଥିଲା। ତା ବିରୋଧରେ ବଳିଷ୍ଠ ପ୍ରମାଣ ଥିବାରୁ 14 ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଥିଲା। ଆସନ୍ତାକାଲି(ସୋମବାର) ରୌଫ ସେରିଫକୁ ରିମାଣ୍ଡରେ ନେବାକୁ ଆବେଦନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ରୌଫ ସରିଫକୁ ପିଏମଏଲଏ କୋର୍ଟ ଦୋଷୀ ସାବ୍ୟସ୍ତ ମଧ୍ୟ କରିପାରନ୍ତା ବୋଲି ଆଲୋଚନା ହେଉଛି। ସରିଫର ବ୍ୟାଙ୍କ ଆକାଉଣ୍ଟ ତଥ୍ୟକୁ ପିଏମଏଲଏ କୋର୍ଟରେ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। 2 କୋଟି 21 ଲକ୍ଷ ଟଙ୍କା ମଧ୍ୟରୁ 31 ଲକ୍ଷ ଟଙ୍କା ବିଦେଶରୁ ଟ୍ରାନ୍ପଫର ହୋଇଥିବା ସୂଚନା ମିଳିଛି। ଏହାସହ ସେହି 31 ଲକ୍ଷ ଟଙ୍କାକୁ ଆତିକ-ଉର-ରେହମାନ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲା ରୌଫ ସେରିଫ। ହାଥରସ ମାମଲାରେ ପୂର୍ବରୁ ଆତିକ-ଉର-ରେହମାନକୁ ଉତ୍ତରପ୍ରଦେଶ ଗିରଫ କରି ସାରିଛି।