ନୂଆଦିଲ୍ଲୀ: ନାଇଟ୍କ୍ଲବରେ ଗୋଟିଏ ରାତିରେ କୋଟି କୋଟି ଟଙ୍କା ଉଡ଼ାଇଛନ୍ତି ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରାତୁଲ ପୁରୀ । ସେ ଆମେରିକାର ଏକ ନାଇଟ୍କ୍ଲବରେ ଗୋଟିଏ ରାତିରେ ୧୧ ଲକ୍ଷ ୪୩ ହଜାର ୯୮୦ ଡଲାର ଅର୍ଥାତ ୭କୋଟି ୮୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣା ପଡିଛି । ରାତୁଲ ପୁରୀଙ୍କ ବିରୋଧରେ ଇଡି ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍ରେ ଏହି ତଥ୍ୟ ଦର୍ଶାଯାଇଛି।
ନାଇଟ୍କ୍ଲବରେ କୋଟିକୋଟି ଟଙ୍କା ଉଡ଼ାଇଛନ୍ତି ରତୁଲ ପୁରୀ - ଗୋଟିଏ ରାତିରେ କୋଟି କୋଟି ଟଙ୍କା ଉଡ଼ାଇଛନ୍ତି ରତୁଲ ପୁରୀ
ଆମେରିକାର ଏକ ନାଇଟ୍କ୍ଲବରେ ଗୋଟିଏ ରାତିରେ ୧୧ ଲକ୍ଷ ୪୩ ହଜାର ୯୮୦ ଡଲାର ଅର୍ଥାତ ୭କୋଟି ୮୦ ଲକ୍ଷ ଟଙ୍କା ଉଡ଼ାଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରାତୁଲ ପୁରୀ ।

ତେବେ ଏହି ଚାର୍ଜସିଟ୍ରେ ରାତୁଲଙ୍କ ବ୍ୟତୀତ ତାଙ୍କ ସହଯୋଗୀ ଏବଂ ମୋଜରବେୟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନୀର ନାମ ମଧ୍ୟ ରହିଛି। ଇଡି ପକ୍ଷରୁ ଦାଖଲ ଚାର୍ଜସିଟ ଅନୁଯାୟୀ, ରତୁଲ ପୁରୀ ବ୍ୟକ୍ତିଗତ ବିମାନର ବ୍ୟବହାର କରି ନାଇଟକ୍ଲବ ଯାଉଥିଲେ। ପ୍ରୋବେକେଟର ନାମକ ଏହି କ୍ଲବରେ ସେ ଗୋଟିଏ ରାତିରେ ୭ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଇଡି ପକ୍ଷରୁ କୁହାଯାଇଛି । ତେବେ ୨୦୧୧ ନଭେମ୍ବରରୁ ୨୦୧୬ ଅକ୍ଟୋବର ମଧ୍ୟରେ ରାତୁଲଙ୍କ ବ୍ୟକ୍ତିଗତ ଖର୍ଚ୍ଚ ୪୫ ଲକ୍ଷ ଡଲାର ଅର୍ଥାତ ୩୨ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ରତୁଲ ପାଖାପାଖି ୮ ହଜାର କୋଟି ଟଙ୍କାର ଆର୍ଥିକ ଅନିୟମିତତା କରିଛନ୍ତି, ଯାହା ପ୍ରାରମ୍ଭିକ ଆକଳନରୁ ଯଥେଷ୍ଟ ଅଧିକ ବୋଲି ଇଡି ପକ୍ଷରୁ କୁହାଯାଇଛି ।
ଦିଲ୍ଲୀର ଅଦାଲତରେ ଗୁରୁବାର ଦାଖଲ ହୋଇଥିବା 110 ପୃଷ୍ଟାର ଚାର୍ଜସିଟରେ ଇଡି କହିଛି, ମୋଜର ବେୟର କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ନେଇଥିବା ଋଣକୁ ନିଜର ସହଯୋଗୀ କମ୍ପାନୀଗୁଡ଼ିକୁ ହସ୍ତାନ୍ତରିତ କରିଛି। ଏହି କମ୍ପାନୀ ଗୁଡ଼ିକରେ ପ୍ରାୟ ୮୦୦୦ କୋଟି ଟଙ୍କା ନିବେଶ କରାଯାଇଥିଲା ଏବଂ ଯେଉଁ କମ୍ପାନୀକୁ ଟଙ୍କା ପଠାଯାଇଥିଲା ସେଗୁଡ଼ିକ ଜାଲ ହୋଇଥିବାରୁ ଉକ୍ତ ଋଣ ବାବଦ ଅର୍ଥକୁ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ବ୍ୟବହାର କରି ଦୁରୁପୋଯୋଗ କରାଯାଇଥିବା ଚାର୍ଜସିଟ୍ରେ ଉଲ୍ଲେଖ କରିଛି ଇଡି ।