ପାଟନା: ବିଧାନସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିର ସ୍ଥିତି ଏବେ ସରଗରମ ହେବାରେ ଲାଗିଛି । ସବୁ ଦଳ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏପରି ସ୍ଥିତିରେ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର 3 ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)। ବର୍ତ୍ତମାନ ଏହି ବିଧାୟକମାନେ ଆରଜେଡିରୁ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ।
ଦଳ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିବାରୁ ଆରଜେଡି ତିନି ଜଣ ବିଧାୟକଙ୍କୁ 6 ବର୍ଷ ପାଇଁ ବହିଷ୍କାର ନେଇ ଘୋଷଣା କରାଯାଇଛି । ବହିଷ୍କୃତ ବିଧାୟକମାନଙ୍କ ମଧ୍ୟରେ ପ୍ରେମ ଚୌଧୁରୀ, ମହେଶ୍ବର ଯାଦବ ଏବଂ ଫରାଜ ଫାତମି ସାମିଲ ଅଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ନିର୍ଦ୍ଦେଶରେ ସମସ୍ତଙ୍କୁ ଦଳରୁ ବହିଷ୍କାର କରାଯାଇଛି।