ଓଡିଶା

odisha

ETV Bharat / bharat

ଅବିଶ୍ୱସନୀୟ: 73 ବର୍ଷରେ ମାଆ ହେଲେ ମହିଳା - andhra

ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବା, ବୃଦ୍ଧା ହେଲେ ମାଆ। ହେଲେ ଘଟଣାଟି ସତ । ବିବାହର 57 ବର୍ଷ ପରେ ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର ମାଙ୍ଗାୟଆମ୍ମା ହେଲେ ମାଆ । ଆଉ ଘରକୁ ଆସିଛନ୍ତି ଦୁଇଟି କୁନି ଅତିଥି ।

ଡିଜାଇନ ଫଟୋ

By

Published : Sep 5, 2019, 4:29 PM IST

ଅମରାବତୀ: ବୃଦ୍ଧାବସ୍ଥାରେ ମାଆ ହେଲେ ମହିଳା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ନିରାଟ ସତ୍ୟ । ଆନ୍ଧ୍ରପ୍ରଦେଶ ଗୁଣ୍ଟୁରୁ ଅଞ୍ଚଳରେ ଘଟିଛି ଏହି ଘଟଣା ।

ପୂର୍ବ ଗୋଦାବରୀ ଜିଲ୍ଲାର ମଙ୍ଗୟଆମ୍ମା ନାମକ ବୃଦ୍ଧାଙ୍କ ବିବାହକୁ 57 ବର୍ଷ ପୁରିଲାଣି । ହେଲେ କୋଳକୁ ଆସିନଥିଲା ଗୋଟିଏ ବି ସନ୍ତାନ । ଆଜି ଏକ ଘରୋଇ ନର୍ସିଂହୋମରେ ସେ ଦୁଇ ଯମଜ ଶିଶୁଙ୍କୁ ପ୍ରସବ କରି ରେକର୍ଡ କରିଛନ୍ତି ।

1962 ମସିହାରେ ମଙ୍ଗୟାଆମ୍ମା ୟାରାମତି ରାମାରାରାଓଙ୍କୁ ବିବାହ କରିଥିଲେ । ହେଲେ ପରିବାରକୁ ଆସିନଥିଲା ସନ୍ତାନଟିଏ । ଅନେକ ଓଷାବ୍ରତ ପରେ ବି କିଛି ଲାଭ ହୋଇନଥିଲା । ଗତ ବର୍ଷ ସେ ଅହଲ୍ୟା ହସ୍ପିଟାଲ ସମ୍ପର୍କରେ ଜାଣିବା ପରେ ଚିକିତ୍ସା ପାଇଁ ଯାଇଥିଲେ । ସ୍ବାସ୍ଥ୍ୟପରୀକ୍ଷା ପରେ ସେ ସନ୍ତାନ ପ୍ରସବ ପାଇଁ ପ୍ରସ୍ତୁତ ବୋଲି ଡାକ୍ତର କହିଥିଲେ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

କିଛି ଦିନ ସେଠାରେ ଚିକିତ୍ସା ପରେ ସେ ଆଜି ସକାଳ 10.30ରେ ସେ ଅସ୍ତ୍ରୋପ୍ରଚାର ଦ୍ବାରା ଯମଜ ସନ୍ତାନ ଜନ୍ମ ଦେବାରେ ସଫଳ ହୋଇଥିଲେ । ଦୁଇ ସନ୍ତାନ ପାଇବା ପରେ ଏହି ବୃଦ୍ଧ ଦମ୍ପତିଙ୍କ ଖୁସି କହିଲେ ନସରେ । ଡାକ୍ତର ଉମା ଶଙ୍କର ତାଙ୍କର ଚିକିତ୍ସା କରୁଛନ୍ତି ।

ABOUT THE AUTHOR

...view details