ଓଡିଶା

odisha

By

Published : Jun 25, 2020, 2:37 PM IST

ETV Bharat / bharat

ଅମିତ ଶାହାଙ୍କୁ କଂଗ୍ରେସର ପ୍ରତିଆକ୍ରମଣ: କେବଳ 2 ଜଣରେ ଚାଲୁଛି ସରକାର !

ଦେଶରେ ଐତିହାସିକ ଜରୁରୀକାଳୀନ ଘୋଷଣାର 45 ତମ ବାର୍ଷିକୀରେ ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଥିଲେ। ଅମିତ ଶାହାଙ୍କ ଆକ୍ରମଣରେ ପ୍ରତିଆକ୍ରମଣ କରିଛି କଂଗ୍ରେସ ।

ଅମିତ ଶାହାଙ୍କୁ କଂଗ୍ରେସର ପ୍ରଶ୍ନ
ଅମିତ ଶାହାଙ୍କୁ କଂଗ୍ରେସର ପ୍ରଶ୍ନ

ନୂଆଦିଲ୍ଲୀ: ଦେଶରେ ଐତିହାସିକ ଜରୁରୀକାଳୀନ ଘୋଷଣାର 45 ତମ ବାର୍ଷିକୀରେ ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଥିଲେ। ଅମିତ ଶାହାଙ୍କ ଆକ୍ରମଣରେ ପ୍ରତିଆକ୍ରମଣ କରିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ କେବଳ 2 ଜଣ ଲୋକ କାହିଁକି ସରକାର ଚଳାଉଛନ୍ତି ଓ ଅନ୍ୟ ମାନଙ୍କ ପ୍ରତି କାହିଁକି ପକ୍ଷପାତିତା କରାଯାଇଛି ?

ରଣଦୀପ ସୁରଜେୱାଲା ଗୁରୁବାର ନିଜ ଟ୍ବିଟରେ ଲେଖିଛନ୍ତି, ‘ଦେଶର ଶାସକ ଦଳ ହୋଇଥିବାରୁ ବିଜେପି ନିଜେ ନିଜକୁ କିଛି ପ୍ରଶ୍ନ କରିବା ଉଚିତ୍ । ବହୁମତ ସହ ସରକାର ଗଠନ କରିଥିବା ଦଳ କେବଳ 2 ଜଣ ହିଁ କାହିଁକି ଚଲାଉଛନ୍ତି । ଘୋଡା ବେପାର, ଅନୁଷ୍ଠାନ ଉପରେ କବଜା ଓ ବଡ ଧରଣର ଭୁଲ କରିବା କଣ ଆପଣଙ୍କ ଇଚ୍ଛା’ ।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟ୍ବିଟରେ ସେ ଏହା ମଧ୍ୟ ପଚାରିଛନ୍ତି ଯେ, ନେହେରୁ-ଗାନ୍ଧୀଙ୍କୁ ତୁମେ କାହିଁକି ଘୃଣା କରୁଛ ? ଏହି ପ୍ରଶ୍ନ ସେମାନଙ୍କୁ ମଧ୍ୟ ଯେଉଁମାନେ ସେମାନଙ୍କର ଗୁରୁ ଓ ସାଥୀମାନଙ୍କୁ ଜବରଦସ୍ତ ଅବସର ପ୍ରଦାନ କରି କରି ଅପମାନିତ କରି ପଦବୀ ଗୁଡିକୁ ଦଖଲ କରିଥିଲେ । ଏଲ କେ ଆଡଭାନୀ, ଏମଏମ ଯୋଶୀ, କେଶୁଭାଇ ପଟେଲ, କଲରାଜ ମିଶ୍ର, ସୁଷମା ସ୍ବରାଜ, ହରେନ ପାଣ୍ଡ୍ୟା, ସଞ୍ଜୟ ଯୋଶୀ ଏପରି ତାଲିକା ବହୁତ ଲମ୍ବା ରହିଛି ।

ପ୍ରକାଶଥାଉକି, ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ସକାଳେ ଅନେକ ଟ୍ବିଟ୍ ମାଧ୍ୟମରେ କଂଗ୍ରେସକୁ ଅଭିଯୋଗ କରିଛନ୍ତି ଯେ 45 ବର୍ଷ ପୂର୍ବେ ଏକ ଦଳ କ୍ଷମତାର ଲାଳସା ପାଇଁ ଦେଶ ଉପରେ ଜରୁରୀକାଳୀନ ପରିସ୍ଥିତି ଲଗାଇଥିଲା, ରାତାରାତି ସମଗ୍ର ଦେଶ ଜେଲରେ ପରିଣତ ହୋଇଥିଲା। ପ୍ରେସ, କୋର୍ଟ ଓ ବାକ୍ ସ୍ବାଧୀନତା ରଦ୍ଦ କରାଯାଇଥିଲା। ଗରିବ ଲୋକଙ୍କୁ ନିର୍ଯାତନା ଦିଆଯାଉଥିଲା।

ABOUT THE AUTHOR

...view details