ଓଡିଶା

odisha

ETV Bharat / bharat

‘ବିଚାରଗତ ମତଭେଦରେ ଦଳକୁ ଦୁର୍ବଳ କରିବା ଉଚିତ ନୁହେଁ’

ବିଚାରଗତ ମତଭେଦ ବେଳେବେଳେ ଦେଖାଦିଏ କିନ୍ତୁ ଏହା ଦ୍ବାରା ଆମ ସରକାରକୁ ଦୁର୍ବଳ କରିବା ଠିକ୍ ନୁହେଁ ବୋଲି କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଛନ୍ତି । ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ଉଦ୍ଦେଶ୍ୟରେ ସେ ଏହା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

By

Published : Jul 13, 2020, 1:00 PM IST

Updated : Jul 13, 2020, 5:26 PM IST

ବିଚାରଗତ ମତଭେଦରେ ଦଳକୁ ଦୁର୍ବଳ କରିବା ଉଚିତ୍ ନୁହେଁ: ରଣଦୀପ ସୁରେଜୱାଲା
ବିଚାରଗତ ମତଭେଦରେ ଦଳକୁ ଦୁର୍ବଳ କରିବା ଉଚିତ୍ ନୁହେଁ: ରଣଦୀପ ସୁରେଜୱାଲା

ଜୟପୁର: ବିଚାରଗତ ମତଭେଦ ବେଳେବେଳେ ଦେଖାଦିଏ କିନ୍ତୁ ଏହା ଦ୍ବାରା ଆମ ସରକାରକୁ ଦୁର୍ବଳ କରିବା ଠିକ୍ ନୁହେଁ ବୋଲି କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଛନ୍ତି । ସେ କହିଛନ୍ତି ଯଦି କୌଣସି ମତଭେଦ ଅଛି, ତେବେ ଆମେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସମାଧାନ କରିବୁ । ବ୍ୟକ୍ତିଗତ ପ୍ରତିଯୋଗିତା ମାଧ୍ୟମରେ ସରକାରଙ୍କୁ ଦୁର୍ବଳ କରିବା ଠିକ୍ ନୁହେଁ ।

ବିଚାରଗତ ମତଭେଦରେ ଦଳକୁ ଦୁର୍ବଳ କରିବା ଉଚିତ୍ ନୁହେଁ: ରଣଦୀପ ସୁରେଜୱାଲା

କେନ୍ଦ୍ରୀୟ ନେତୃତ୍ବଙ୍କ ଦ୍ବାରା ଆହ୍ବାନରେ ଜୟପୁର ଯାଇଥିବା ରଣଦୀପ ସୁରଜେୱାଲା କହିଛନ୍ତି ଯେ, ‘ଗତ 48 ଘଣ୍ଟା ମଧ୍ୟରେ କଂଗ୍ରେସ ସଚିନ ପାଇଲଟଙ୍କ ସହ ଅନେକ ଥର କଥା ହୋଇଛି । ଜନସାଧାରଣଙ୍କ ସେବା ପାଇଁ ରାଜସ୍ଥାନ ସରକାର କାର୍ଯ୍ୟ କରିବେ । ଆମେ ସମସ୍ତ ବିଧାୟକ ଓ ନେତାମାନଙ୍କୁ ବିଧାୟକ ଦଳ ବୈଠକରେ ଯୋଗଦେବାକୁ ଓ କଂଗ୍ରେସ ସରକାରକୁ ମଜବୁତ କରିବାକୁ ନିବେଦନ କରୁଛୁ ।

ସୁରଜେୱାଲା କହିଛନ୍ତି, ‘ବିଚାରଗତ ମତଭେଦ ବେଳେବେଳେ ଦେଖାଦିଏ କିନ୍ତୁ ଆମ ସରକାରକୁ ଦୁର୍ବଳ କରିବା ଠିକ୍ ନୁହେଁ। ଯଦି କୌଣସି ମତଭେଦ ଅଛି, ତେବେ ଆମେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସମାଧାନ କରିବୁ । ବ୍ୟକ୍ତିଗତ ପ୍ରତିଯୋଗିତା ମାଧ୍ୟମରେ ସରକାରଙ୍କୁ ଦୁର୍ବଳ କରିବା ଠିକ୍ ନୁହେଁ । କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ପ୍ରତ୍ୟେକ ଥର ବିଜେପି ଦ୍ବାରା ଅନୁସନ୍ଧାନ ଏଜେନ୍ସିକୁ ଆଗକୁ ବଢାଯାଉଛି । ଏପରିକି ଆଜି(ସୋମବାର) ସକାଳୁ କଂଗ୍ରେସ ନେତାଙ୍କ ଘରେ ଚଢାଉ କରି ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି ।

ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ବୈଠକ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକ ଦଳ ବୈଠକ ଡକାଯାଇଥିଲା । ଏଥିରେ ମୋଟ 106 ଜଣ କଂଗ୍ରେସ ଏବଂ କଂଗ୍ରେସ ସମର୍ଥିତ ବିଧାୟକ ଏଥିରେ ଯୋଗ ଦେଇଥିଲେ । ଏହି ବୈଠକରେ ଏକ ସଙ୍କଳ୍ପ ପାରିତ ହୋଇଛି । ଏହି ସଙ୍କଳ୍ପରେ ଦର୍ଶାଯାଇଛି ଯେ ଯଦି କୌଣସି କଂଗ୍ରେସ ଅଧିକାରୀ ତଥା କଂଗ୍ରେସ ନେତା କିମ୍ବା ବିଧାୟକ ସରକାରଙ୍କ ବିରୋଧରେ ଷଡଯନ୍ତ୍ର ରଚିଛନ୍ତି ତେବେ ତାଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ଗତ କିଛିଦିନ ଧରି ରାଜସ୍ଥାନ ରାଜନୀତିରେ ଅଶାନ୍ତି ଦେଖାଦେଇଛି । କଂଗ୍ରେସ ରାଜ୍ୟ ସଭାପତି ତଥା ଡେପୁଟି ସିଏମ ସଚିନ ପାଇଲଟ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଘଟଣାକ୍ରମେ 30 ଜଣ କଂଗ୍ରେସ ଓ ସ୍ବାଧୀନ ବିଧାୟକ ସଚିନ ପାଇଲଟଙ୍କ ସହ ଯୋଗାଯୋଗରେ ରହିଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି । ସେହିପରି ପାଇଲଟ ଯାହା ନିଷ୍ପତ୍ତି ନେବେ ତାହାକୁ ଏହି ବିଧାୟକମାନେ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେବେଠାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ବିଧାୟକମାନଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 13, 2020, 5:26 PM IST

ABOUT THE AUTHOR

...view details