ରାଞ୍ଚି: ଝାଡଖଣ୍ଡର ରାଜଧାନୀ ରାଞ୍ଚିର ପ୍ରସିଦ୍ଧ ଡାକ୍ତରଖାନା ରିମ୍ସରେ 60 ଲକ୍ଷ ଟଙ୍କା ବ୍ୟୟରେ ଶବବ୍ୟବଚ୍ଛେଦ ଗୃହ ନିର୍ମାଣ କରାଯାଇଛି । ହେଲେ ଏହି ଗୃହ 60 ଦିନ ବି ଚାଲିଲା ନାହିଁ । ବର୍ତ୍ତମାନ ପରିସ୍ଥିତି ହେଉଛି କୋରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ଆସିବାକୁ 5 ରୁ 7 ଦିନ ସମୟ ଲାଗୁଛି । ଆଉ ଏହି ସମୟରେ ଯଦି କୌଣସି ସନ୍ଦିଗ୍ଧଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କ ଶରୀରକୁ ସୁରକ୍ଷିତ ରଖିବା ବାଧ୍ୟତାମୂଳକ । ଏବେ ଏହି ଗୃହରେ ମୃତଦେହ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ନଷ୍ଟ ହୋଇଯାଉଛି ।
ଯେତେବେଳେ କୌଣସି ସନ୍ଦିଗ୍ଧ ବ୍ୟକ୍ତି କୋରୋନାରେ ପ୍ରାଣ ହରାଏ, ତାର ଯାଞ୍ଚ ରିପୋର୍ଟ ଆସିବାକୁ ବହୁ ସମୟ ଲାଗେ । ସେହି ସମୟ ଭିତରେ ମୃତଦେହକୁ ବ୍ୟବଛେଦ ଗୃହରେ ଦୀର୍ଘଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଏ । କିନ୍ତୁ ରାଜ୍ୟର ବୃହତ୍ତମ ଡାକ୍ତରଖାନା ରିମ୍ସର ଶବ ବ୍ୟବଚ୍ଛେଦ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ । 50 ଟି ମୃତଦେହକୁ ମାସ ମାସ ଧରି ରଖିବା ଦାବିରେ ରିମ୍ସରେ ଏହି ଗୃହ ନିର୍ମିତ ହୋଇଥିଲା । ଏହି ଗୃହଟି ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚରେ ରିମ୍ସ ଦ୍ବାରା ପରୀକ୍ଷା କରାଯାଇଥିଲା । ମାତ୍ର କିଛି ମାସ ମଧ୍ୟରେ ଏହା ଏତେ ଖରାପ ହୋଇଗଲା ଯେ କୌଣସି ମୃତଦେହ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଖରାପ ହେବାକୁ ଲାଗିଲା ।