ଓଡିଶା

odisha

ETV Bharat / bharat

IBC-2019 ଆୱାର୍ଡ ଗ୍ରହଣ କଲେ ରାମୋଜୀ ରାଓ - etv bharat

ବୁଧବାର IBC-2019 ଆୱାର୍ଡ ନେଇ ରାମୋଜୀ ଫିଲ୍ମ ସିଟିରେ ପହଞ୍ଚିଛନ୍ତି ଏଭେକୋ ସିଇଓ ପାୱେଲ ପୋଟୁଜାକ । ଆରଏଫସିରେ ପହଞ୍ଚିବା ସହ ସେପ୍ଟେମ୍ବର 13ରେ ମିଳିଥିବା ସମ୍ମାନଜନକ ପୁରସ୍କାରକୁ ରାମୋଜୀ ରାଓଙ୍କୁ ହସ୍ତାନ୍ତର କରିଛନ୍ତି ପାୱେଲ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Sep 26, 2019, 10:46 AM IST

Updated : Sep 26, 2019, 7:33 PM IST

ହାଇଦ୍ରାବାଦ: ଦେଶର ସର୍ବବୃହତ ଡିଜିଟାଲ ନେଟୱାର୍କ ‘ଇଟିଭି ଭାରତ’କୁ ବିରାଟ ଉପଲବ୍ଧି । ଲଞ୍ଚିଂକୁ ବର୍ଷେ ନପୁରୁଣୁ ହାତେଇଛି ସମ୍ମାନଜନକ ଇଣ୍ଟରନ୍ୟାସନାଲ କନଭେନ୍ସନ(IBC-2019) ଇନୋଭେସନ ଆୱାର୍ଡ। ‘Content Everywhere’ ବର୍ଗରେ ଇଟିଭି ଭାରତ ଏହି ଆୱାର୍ଡ ହାତେଇ ସୃଷ୍ଟି କରିଛି ନୂଆ ରେକର୍ଡ ।

IBC-2019 ଆୱାର୍ଡ ଗ୍ରହଣ କଲେ ରାମୋଜୀ ରାଓ

ୱାନ ନେସନ ୱାନ ଆପ୍‌, ଇଟିଭି ଭାରତକୁ ସମ୍ମାନଜନକ ଅନ୍ତର୍ଜାତୀୟ ପୁରସ୍କାର । ସେପ୍ଟେମ୍ବର 23ରେ ନେଦରଲ୍ୟାଣ୍ଡ ରାଜଧାନୀ ଆମଷ୍ଟରଡ୍ୟାମ୍‌ରେ ଆୟୋଜିତ ବ୍ରଡକାଷ୍ଟିଂ କନଭେନ୍ସନ କାର୍ଯ୍ୟକ୍ରମରେ ଫେସବୁକ ପରି 180ଟି ଡିଜିଟାଲ ନେଟୱାର୍କକୁ ପଛରେ ପକାଇ ଇଟିଭି ଭାରତ ହାତେଇଛି ଏହି ସମ୍ମାନଜନକ ଅନ୍ତର୍ଜାତୀୟ ପୁରସ୍କାର । ପୁରସ୍କାର ସହ ଏହି ଆପ୍‌ ହାତେଇଛି ‘ନଂ-1 ନ୍ୟୁଜ୍‌ ଆପ୍‌ ଆଟ୍‌ ମ୍ୟାସିଭ ସ୍କେଲ’ ଆଖ୍ୟା ।

ତେବେ ବୁଧବାର ଏହି ଆୱାର୍ଡ ନେଇ ରାମୋଜୀ ଫିଲ୍ମ ସିଟିରେ ପହଞ୍ଚିଛନ୍ତି ଏଭେକୋ ସିଇଓ ପାୱେଲ ପୋଟୁଜାକ । ଆରଏଫସିରେ ପହଞ୍ଚିବା ସହ ସେପ୍ଟେମ୍ବର 13ରେ ମିଳିଥିବା ସମ୍ମାନଜନକ ପୁରସ୍କାରକୁ ରାମୋଜୀ ରାଓଙ୍କୁ ହସ୍ତାନ୍ତର କରିଛନ୍ତି ପାୱେଲ ।

ଦେଶର ସର୍ବବୃହତ ଡିଜିଟାଲ ନ୍ୟୁଜ ପ୍ଲାଟଫର୍ମ, ଇଟିଭି ଭାରତ ଡିଜିଟାଲ ଜଗତରେ କିଛି ନୂଆ ଓ ନ୍ୟୁଜ୍‌ ଲେଖାରେ ଏକ ବିନ୍ନ ଶୈଳୀ ନେଇ ମାର୍ଚ୍ଚ 21, 2019ରେ ଲଞ୍ଚ ହୋଇଥିଲା । ଏହି ନ୍ୟୁଜ୍‌ ଆପ୍‌ରେ ଦେଶର କୋଣ ଅନୁକୋଣରୁ ପ୍ରାୟ 5000 ମୋବାଇଲ ଜର୍ଣ୍ଣାଲିଷ୍ଟ ସଂଶ୍ଲିଷ୍ଟ ରହିଛନ୍ତି । ଯିଏ କି ମୋଜୋ କିଟ୍‌ର ସହାୟତାରେ ଦେଶ ଦୁନିଆର ଟିକିନିକି ଖବରକୁ କଏଦ କରିବା ସହ ଲୋକଙ୍କ ପାଖରେ ଖୁବ୍ କମ୍‌ ସମୟରେ ପହଞ୍ଚାଉଛନ୍ତି ।

13ଟି ପ୍ରମୁଖ ଭାରତୀୟ ଭାଷା ଯଥା ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ, ତାମିଲ, କନ୍ନଡ, ଓଡିଆ, ମାଲାୟାଲମ, ଗୁଜୁରାଟୀ, ମରାଠୀ, ବଙ୍ଗାଳୀ, ପଞ୍ଜାବୀ, ଅହମିୟା ଓ ଇଂରାଜୀରେ ସବୁଠାରୁ ଲାଟେଷ୍ଟ ଓ ଅପଡେଟେଡ ନ୍ୟୁଜ୍‌ ୟୋଗାଉଛି ଇଟିଭି ଭାରତ । ଏନେଇ ଦେଶ ଓ ଦୁନିଆର ତମାମ ଲୋକଙ୍କ ପାଖରେ କେବଳ ଗୋଟିଏ କ୍ଲିକରେ ପହଞ୍ଚି ପାରିଛି ଏହି ନ୍ୟୁଜ୍‌ ଆପ୍‌ । ରାଜନୀତି, କ୍ରୀଡା, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୀତି ଓ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ରର ଟିକିନିକି ଖବର ଯୋଗାଇବାରେ ଆଗୁଆ ଇଟିଭି ଭାରତ ।

ତେବେ ଖୁବ କମ୍‌ ସମୟରେ ଦର୍ଶକଙ୍କ ଆଦୃତି ଲାଭ କରିପାରିଛି ଏହି ଡିଜିଟାଲ ପ୍ଲାଟଫର୍ମ । ଆଗକୁ ମଧ୍ୟ ଏପରି ନିଚ୍ଛକ ଖବର ଯୋଗାଇବାର ପ୍ରତିଶୃତି ଦେବା ସହ ଲୋକଙ୍କ ଅଧିକ ନିକଟତର ହେବାର ଆଶା ରଖିଛି ଇଟିଭି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 26, 2019, 7:33 PM IST

ABOUT THE AUTHOR

...view details