ହାଇଦ୍ରାବାଦ: ସାରା ବିଶ୍ବ କୋରୋନାକୁ ନେଇ ଘଡିସନ୍ଧି ମୂହୁର୍ତ୍ତରେ ଗତି କରୁଛି । ଯାହାର ମୁକାବିଲା ପାଇଁ ସାରା ଦେଶରୁ ଯିଏ ଯାହା ପାରୁ ପର୍ଯ୍ୟନ୍ତ ସହାୟତାର ହାତ ବଢାଇଛନ୍ତି । ରାଜନେତା ଠାରୁ ନେଇ ସେଲିବ୍ରିଟି, ଆବାଳ-ବୃଦ୍ଧ ବନୀତା ସମସ୍ତେ ପିଏମ କେୟାର୍ସ ପାଣ୍ଠିକୁ ଦାନ କରୁଛନ୍ତି । ତେବେ ରାମୋଜୀ ଗ୍ରୁପ ଚେୟାରମ୍ୟାନ ରାମୋଜୀ ରାଓ ମଧ୍ୟ ମଙ୍ଗଳବାର ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 10 କୋଟି ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ।
ଲକଡାଉନ କାରଣରୁ ରାମୋଜୀ ଗ୍ରୁପ ଚେୟାରମ୍ୟାନ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିନାହାନ୍ତି । ତେଣୁ ଅନଲାଇନ ଜରିଆରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ଏକ ବିବୃତିରେ ରାମୋଜୀ ରାଓ ପ୍ରକାଶ କରିଛନ୍ତି ।