ଅଯୋଧ୍ୟା: ରାମଲାଲାଙ୍କ ବୁଲେଟପ୍ରୁଫ୍ ଫାଇବରରେ ନିର୍ମିତ ନୂତନ ଅସ୍ଥାୟୀ ମନ୍ଦିର ଅଯୋଧ୍ୟାରେ ପହଞ୍ଚିଛି । ରାମଲାଲାକୁ ଖରା ଦାଉରୁ ରକ୍ଷା କରିବା ପାଇଁ ଏଥିରେ ଦୁଇଟି ଏସିର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଅଯୋଧ୍ୟାରେ ପହଞ୍ଚିଲା ରାମଲାଲାଙ୍କ ବୁଲେଟପ୍ରୁଫ ଅସ୍ଥାୟୀ ମନ୍ଦିର
ରାମଲାଲାଙ୍କ ବୁଲେଟପ୍ରୁଫ୍ ଫାଇବରରେ ନିର୍ମିତ ନୂତନ ଅସ୍ଥାୟୀ ମନ୍ଦିର ଅଯୋଧ୍ୟାରେ ପହଞ୍ଚିଛି । ରାମଲାଲାଙ୍କୁ ମାର୍ଚ୍ଚ 25 ରେ ଏହି ଏଥିରେ ସ୍ଥାପନା କରାଯିବ । ଅଧିକ ପଢନ୍ତୁ...
ଫାଇଲ ଫଟୋ
ମାର୍ଚ୍ଚ 24 ସୁଦ୍ଧା ମନ୍ଦିରରେ ରାମଲାଲାଙ୍କ ବିରାଜମାନ ପାଇଁ ଚଉତରା ପ୍ରସ୍ତୁତ ହୋଇଯିବ । ଏହା ପରେ ରାମଲାଲାଙ୍କୁ ମାର୍ଚ୍ଚ 25 ରେ ଏହି ଏଥିରେ ସ୍ଥାପନା କରାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅସ୍ଥାୟୀ ମନ୍ଦିରରେ ରାମଲାଲାଙ୍କ ପ୍ରଥମେ ଆରତୀ କରିବେ ।
ରାମଲାଲାର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ରାମଲାଲା 27 ବର୍ଷ ଧରି ଏକ ତମ୍ବୁରେ ବିରାଜିଛନ୍ତି । ବର୍ତ୍ତମାନ ରାମଲାଲାର ଫାଇବର ମନ୍ଦିର ପହଞ୍ଚିଛି | ଯଥାଶୀଘ୍ର ରାମଲାଲା ଏହି ଫାଇବରର ମନ୍ଦିରକୁ ସ୍ଥାନାନ୍ତର ହେବେ ।