ଇଟଓ୍ବା: ସମାଜବାଦୀ ପାର୍ଟିର ମହାସଚିବ ରାମଗୋପାଳ ଯାଦବ ପୁଲଓ୍ବାମା ଆକ୍ରମଣକୁ ଷଡଯନ୍ତ୍ରର ନାଁ ଦେଇଛନ୍ତି। ସେ କହିଛନ୍ତି, ବିଜେପି ସରକାର ଭୋଟ ହାତେଇବା ପାଇଁ ସେନାଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇଛି। ଅର୍ଦ୍ଧସୈନ୍ୟବଳ ଏହି ସରକାରର ଶାସନରେ ଦୁଃଖିତ ଅଛନ୍ତି। ଯେତେବେଳେ ସରକାର ବଦଳିବ ପୁଲଓ୍ବାମା ଆକ୍ରମଣର ଯାଞ୍ଚ କରାଯିବ ଓ ଏଥିରେ ବରିଷ୍ଠ ଲୋକମାନଙ୍କ ହାତ ଥିବାର ପର୍ଦ୍ଦାଫାସ ହେବ।
ରାମଗୋପାଳ ବର୍ମାଙ୍କ ବିବାଦୀୟ ବୟାନ
ରାମଗୋପାଳ ଯାଦବ ପୁଲଓ୍ବାମା ଆକ୍ରମଣକୁ ଷଡଯନ୍ତ୍ରର ନାଁ ଦେଇଛନ୍ତି। ଏପରି ମତକୁ ହୀନ ରାଜନୀତି ବୋଲି କହିଛନ୍ତି ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ରାମଗୋପାଳ କହିଛନ୍ତି ଯେ, ଜମ୍ମୁକାଶ୍ମୀରରେ କୌଣସି ସୁରକ୍ଷା ଯାଞ୍ଚ କରାଯାଇ ନଥିଲା । ସିଆରପିଏଫ୍ ଯବାନ ସାଧାରଣ ବସରେ ଯାତ୍ରା କରୁଥିଲେ। ଏହା ଏକ ଷଡଯନ୍ତ୍ର । ତେବେ ଏହି ବୟାନ ପରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାମଗୋପାଳଙ୍କ ମତକୁ ସବୁଠାରୁ ହୀନ ରାଜନୀତି ବୋଲି କହିଛନ୍ତି । ଏପରି ବୟାନ ପାଇଁ ଜନତାଙ୍କୁ ଭୁଲ୍ ମାଗିବା ଉଚିତ୍।
14 ଫେବୃଆରୀ ଦିନ ପୁଲଓ୍ବାମାରେ ଆତଙ୍କୀ ଆକ୍ରମଣରେ 40ଯବାନ ଶହୀଦ ହୋଇଥିଲେ। ତେବେ ଆକ୍ରମଣର ଠିକ୍ 13ଦିନ ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟରେ ଏୟର ଷ୍ଟ୍ରାଇକ କରାଯାଇ ଜୈସ ଆତଙ୍କୀ ଶିବରକୁ ଉଡାଇ ଦିଆଯାଇଥିଲା।