ରାଞ୍ଚି: ତୃଣମୂଳସ୍ତରରେ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି । ଏପରିକି ପିଲାଙ୍କୁ ଶିକ୍ଷା ପ୍ରତି ଆକର୍ଷିତ କରିବା ପାଇଁ ମଧ୍ୟାହ୍ନ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହାର ତୃଣମୂଳସ୍ତରରେ ନଗ୍ନ ରୂପ ଦେଖିବାକୁ ମିଳୁଛି । ଏହାର ନଗ୍ନ ଉଦାହରଣ ହେଉଛି ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାର ଗଁଡକ ଗ୍ରାମରେ ଥିବା ସରକାରୀ ସ୍କୁଲ ।
ସ୍କୁଲରେ ନାହିଁ ପାନୀୟଜଳର ବ୍ୟବସ୍ଥା, ପୋଖରୀରେ ପିଲା ଧୋଉଛନ୍ତି ଥାଳି
ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି ଏହି ସ୍କୁଲ । ସ୍କୁଲରେ ନା ଅଛି ପାଣିର ବ୍ୟବସ୍ଥା ନା ଅଛି ଅନ୍ୟାନ୍ୟ ସୁବିଧା । ପିଲାମାନେ ଖାଇସାରି ନିକଟରେ ଥିବା ଏକ ପୋଖରୀ ପାଣିରେ ନିଜ ଖାଇବା ଥାଳି ଧୋଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏପରିକି ପିଇବା ପାଇଁ ସେହି ପୋଖରୀର ଗୋଳିଆ ପାଣିକୁ ବ୍ୟବହାର କରାଯାଉଛି । ସ୍କୁଲରେ କୌଣସି ପ୍ରକାର ପିଇବା ପାଣିର ସୁବିଧା ନଥିବାରୁ ଛାତ୍ରଛାତ୍ରୀ ଏପରି କରିବାକୁ ବାଧ୍ୟ ହେଉଛନ୍ତି ।
ସ୍କୁଲରେ ନାହିଁ ପିଇବା ପାଣିର ବ୍ୟବସ୍ଥା
ଯେଉଁ ପୋଖରୀର ପିଲାମାନେ ପାଣି ବ୍ୟବହାର କରୁଛନ୍ତି, ସେହି ପୋଖରୀର ପାଣିକୁ ଜୀବଜନ୍ତୁ ମଧ୍ୟ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ସେହି ପୋଖରୀର ପାଣିରୁ ଅତ୍ୟନ୍ତ ମାତ୍ରାରେ ଦୁର୍ଗନ୍ଧ ବାହାରୁଛି । ସେପଟେ ଏହି ସମସ୍ୟା ନେଇ ପିଲାଙ୍କୁ ପଚରାଯିବାରୁ ସେମାନେ ସ୍କୁଲରେ ପାଣି ନଥିବା କହିଥିଲେ । ଫଳରେ ସେମାନେ ବାଧ୍ୟ ହୋଇ ଏହି ପୋଖରୀର ପାଣିକୁ ବ୍ୟବହାର କରୁଥିବା କହିଛନ୍ତି ।
ଉତ୍ତର ଦେବାରେ ବିଫଳ ଅଧିକାରୀ
ସମସ୍ୟା ନେଇ ସ୍କୁଲ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେମାନେ ଉତ୍ତର ଦେବାରେ ବିଫଳ ହୋଇଥିଲେ । ସ୍କୁଲ ଅଧିକ୍ଷକଙ୍କୁ ପଚରାଯିବାରୁ ଏହାର କୌଣସି ଯୁକ୍ତିଯୁକ୍ତ ଉତ୍ତର ଦେଇପାରିନଥିଲେ । ଅଧ୍ୟକ୍ଷ କହିଥିଲେ ଯେ ପୋଖରୀରେ ଥାଳି ଧୋଇବା ପରେ ସେମାନେ ନଳକୂପରେ ଥାଳି ଧୋଉଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ଘଟଣାରେ କୌଣସି ପ୍ରକାର ଦୁର୍ଘଟଣା ଘଟୁଛି, ସେଥିପାଇଁ ସେ ଦାୟୀ ରହିବେ ।