ଲକ୍ଷ୍ନୌ: ହାଥରସ ମାମଲାକୁ ନେଇ ସମସ୍ତଙ୍କ ମନରେ ଆକ୍ରୋଶ । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଜୋର ଧରିଛି ଦାବି । ଏପରି ସ୍ଥିତିରେ ହାଥରସ ଯିବେ ଏନଡିଏ ସରକାରଙ୍କ ମନ୍ତ୍ରୀ ତଥା ରିପବଲିକ ପାର୍ଟି ଅଫ ଇଣ୍ଡିଆର ମୁଖ୍ୟ ରାମଦାସ ଅଠାୱଲେ । ମନ୍ତ୍ରୀ ଅଠାୱଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଭେଟିବେ ବୋଲି କହିଛନ୍ତି । ଏହାସହ 4 ଦୋଷୀଙ୍କୁ ଫାଶୀ ମିଶିବା ଉଚିତ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ମନ୍ତ୍ରୀ ଅଠାୱଲେ ।
ହାଥରସ ମାମଲା: ଦୋଷୀଙ୍କ ଫାଶୀ ଦାବି କଲେ ଅଠାୱଲେ, ଯୋଗୀଙ୍କୁ କରିବେ ସାକ୍ଷାତ - ହାଥରସ ଘଟଣା
ହାଥରସ ପହଞ୍ଚିଛନ୍ତି ଏନଡିଏ ସରକାରର ମନ୍ତ୍ରୀ ତଥା ରିପବଲିକ ପାର୍ଟି ଅଫ ଇଣ୍ଡିଆର ମୁଖ୍ୟ ରାମଦାସ ଅଠାୱଲେ । ମନ୍ତ୍ରୀ ଅଠାୱଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଭେଟିବେ । ଅଧିକ ପଢନ୍ତୁ...
ହାଥରସ ଘଟଣାକୁ ନେଇ ମନ୍ତ୍ରୀ ରାମଦାସ ଅଠାୱଲେଙ୍କୁ ଟାର୍ଗେଟ କରିଥିଲେ ଶିବସେନା ସାଂସଦ ସଞ୍ଜୟ ରାଉତ । ସେ ଟାର୍ଗେଟ କରି କହିଥିଲେ ଯେ ରାମଦାସ ଅଠାୱଲେ କାହିଁକି ୟୁପି ଯାଉନାହାନ୍ତି ? ଜଣେ ଅଭିନେତ୍ରୀଙ୍କ ବେଆଇନ ନିର୍ମାଣ ଭାଙ୍ଗିବା ଘଟଣାକୁ ବିରୋଧ କରୁଥିବା ଲୋକ ଆଉ ଜଣେ ଝିଅର ଚିତା ଜଳିବା ବିଷୟରେ ଚୁପ କାହିଁକି ବୋଲି ପ୍ରଶ୍ନ କରିଥିଲେ ସଞ୍ଜୟ ।
ବର୍ତ୍ତମାନ ରାମଦାସ ଆଥୱାଲେ ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି। ରାମଦାସ ଅଠାୱଲେ କେନ୍ଦ୍ରରେ ସାମାଜିକ ନ୍ୟାୟ ମନ୍ତ୍ରୀ ଅଛନ୍ତି। ସେ ଦଳିତ ସମ୍ପ୍ରଦାୟର ଜଣେ ପ୍ରମୁଖ ଚେହେରା। ଏଭଳି ପରିସ୍ଥିତିରେ ଦଳିତ ଝିଅକୁ ନ୍ୟାୟ ଦେବା ପାଇଁ ସେ ତତ୍ପରତା ଦେଖାଇଛନ୍ତି ।