ଗୁରଗାଓଁ: ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି । ବିଜେପି ନେତା ରମଣ ସିଂ ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଗୁରଗାଓଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ହସ୍ପିଟାଲରେ ଭର୍ତ୍ତି - ରମଣ ସିଂ ହସ୍ପିଟାଲରେ ଭର୍ତ୍ତି
ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ହସ୍ପିଟାଲରେ ଭର୍ତ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ଗୁରୁଗାଁଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଫାଇଲ ଫଟୋ
ଗ୍ୟାଷ୍ଟ୍ରୋଲୋଜି ସ୍ପେଶାଲିଷ୍ଟ ରାଜେଶ ପୁରୀ ତାଙ୍କର ଚିକିତ୍ସା କରୁଛନ୍ତି । ରମଣ ସିଂ 2ଦିନିଆ ଦିଲ୍ଲୀ ଗସ୍ତରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ସାକ୍ଷାତ କରିଥିଲେ । ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ବିକ୍ରମ ଉସେଣ୍ଡି, ନେତା ଧରମଲାଲ କୌଶିକ ଫୋନ କରି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ।
ଗତ ନିର୍ବାଚନରେ ବିଜେପି ଗଡ ଥିବା ଛତିଶଗଡ଼ରୁ ହାରିବା ପରେ କଂଗ୍ରେସ ସରକାର ଗଢି ଉଠିଥିବାବେଳେ ଭୂପେଷ ବଘେଲ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
Last Updated : Jul 24, 2019, 11:40 AM IST