ଓଡିଶା

odisha

ରାମ ମନ୍ଦିର ଭୂମି ପୂଜନ; ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

By

Published : Aug 5, 2020, 8:34 AM IST

Updated : Aug 5, 2020, 2:19 PM IST

ରାମ ମନ୍ଦିର; ଆଜି ଶିଳାନ୍ୟାସ, ଅଯୋଧ୍ୟା ପ୍ରସ୍ତୁତ
ରାମ ମନ୍ଦିର; ଆଜି ଶିଳାନ୍ୟାସ, ଅଯୋଧ୍ୟା ପ୍ରସ୍ତୁତ

14:15 August 05

ରାମ ମନ୍ଦିର ନିର୍ମାଣ ନେଇ ଡାକ ଟିକଟ ଜାରି କଲେ ପ୍ରଧାନମନ୍ତ୍ରୀ

  • ରାମ ମନ୍ଦିର ନିର୍ମାଣ ନେଇ ଡାକ ଟିକଟ ଜାରି କଲେ ପ୍ରଧାନମନ୍ତ୍ରୀ
  • ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍‌ବୋଧନ । ବିଶ୍ବ ସାରା ଥିବା ରାମ ଭକ୍ତମାନଙ୍କୁ କୋଟି କୋଟି ଶୁଭେଚ୍ଛା । ଆଜି ସାରା ଦେଶରେ ସୀତାରାମର ଗୁଞ୍ଜନ ହେଉଛି । ମୋ ସୌଭାଗ୍ୟ ମୋତେ ଆଜି ନିମନ୍ତ୍ରିତ କରାଯାଇଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ।
  • ଶତାବ୍ଦୀ ଶତାବ୍ଦୀର ଅପେକ୍ଷା ଆଜି ଶେଷ ହୋଇଛି । ଆଜି ପୂରା ଦେଶ ରାମ ମୟ ହୋଇଯାଇଛି ବୋଲି ମଧ୍ୟ କହିଲେ ମୋଦି । ଏବେ ଆମ ରାମ୍‌ ଲଲାଙ୍କ ମନ୍ଦିର ନିର୍ମାଣ ହେବ । ବର୍ଷ ବର୍ଷ ଧରି ରାମ୍‌ ଲଲା ଟେଣ୍ଟରେ ଥିଲେ । ରାମ ଜନ୍ମଭୂମି ଆଜି ମୁକ୍ତ ହୋଇଛି ବୋଲି କହିଲେ ମୋଦି ।

13:28 August 05

ଭୂମି ପୂଜନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ବୋଧନ

ଭୂମି ପୂଜନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆରଏସଏସ ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ଥିବା ଜନମାନସକୁ ସମ୍ବୋଧିତ କରିଛନ୍ତି । ଭାରତ ଏହାକୁ ଅନେକ ମୁହୂର୍ତ୍ତ ତଥା ପ୍ରାୟ 5 ଶହ ବର୍ଷ ହେବ ଅପେକ୍ଷା କରିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ କହିଛନ୍ତି । ସେହିପରି ଏଥିପାଇଁ ଅନେକ ଲୋକ ସଂଘର୍ଷ କରିବା ସହ ଅନେକଙ୍କ ଜୀବନ ଯାଇଛି । ଆଜି ଆମ ପାଇଁ ଏହା ଉତ୍ସାହର ଦିନ ବୋଲି ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି । 

12:48 August 05

ଶୁଭ ମୁହୂର୍ତ୍ତରେ ହେଲା ଶିଳାନ୍ୟାସ

ଶୁଭ ମୁହୂର୍ତ୍ତରେ ହେଲା ଶିଳାନ୍ୟାସ

ଧାର୍ଯ୍ୟ ଶୁଭ ମୁହୂର୍ତ୍ତରେ ହେଲା ଶିଳାନ୍ୟାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଶିଳାନ୍ୟାସ । 

12:44 August 05

ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ଭୂମି ପୂଜା

ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ଭୂମି ପୂଜା

ଭୂମି ପୂଜନ ସ୍ଥଳରେ ପ୍ରଧାନମନ୍ତ୍ରୀ । ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ଭୂମି ପୂଜା । ମନ୍ତ୍ର ଧ୍ବନୀରେ କମ୍ପୁଛି ଅଯୋଧ୍ୟା ନଗରୀ । ପ୍ରଧାନମନ୍ତ୍ରୀଙ୍କ ସମେତ ଉତ୍ତରପ୍ରଦେଶ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଆରଏସଏସ ପ୍ରମୁଖ ଓ ରାମ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଉପସ୍ଥିତ ।

12:29 August 05

ଭୂମି ପୂଜନ ସ୍ଥଳରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ଭୂମି ପୂଜନ ସ୍ଥଳରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ଭୂମି ପୂଜନ ସ୍ଥଳରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉପସ୍ଥିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ସେ ।

12:19 August 05

ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

12:14 August 05

ପାରିଜାତ ଫୁଲର ଚାରା ଲଗାଇଲେ ପ୍ରଧାନମନ୍ତ୍ରୀ

ପାରିଜାତ ଫୁଲର ଚାରା ଲଗାଇଲେ ପ୍ରଧାନମନ୍ତ୍ରୀ

ଭୂମି ପୂଜନ ଅବସରରେ ମନ୍ଦିର ପରିସରରେ ପାରିଜାତ ଫୁଲର ଚାରା ଲଗାଇଲେ ପ୍ରଧାନମନ୍ତ୍ରୀ ।  ହିନ୍ଦୁ ଶାସ୍ତ୍ରରେ ରହିଛି ପାରିଜାତର ସ୍ବତନ୍ତ୍ର ମାନ୍ୟତା ।

12:08 August 05

ରାମଲଲାଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ

ରାମଲଲାଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ

ରାମଲଲାଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ।  ରାମଲଲାଙ୍କୁ କଲେ ସାଷ୍ଟାଙ୍ଗ ଦଣ୍ଡବତ । କଲେ ପୂଜାର୍ଚ୍ଚନା ।

11:46 August 05

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହନୁମାନ ଗଢି ମନ୍ଦିର ଯାଇ କଲେ ପୂଜାର୍ଚ୍ଚନା । ପୂଜକଙ୍କୁ ଦେଲେ ଦକ୍ଷିଣା ।

ସାଥିରେ ରହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । 

11:09 August 05

ଅଯୋଧ୍ୟାରେ ଉମା ଭାରତୀ

ଅଯୋଧ୍ୟାରେ ଉମା ଭାରତୀ

ଅଯୋଧ୍ୟାରେ ଉମା ଭାରତୀ । ଏହି ଅବସରରେ ରାମ ମନ୍ଦିର ସାରା ଭାରତ ବର୍ଷକୁ ଏକାଠି କରିଛି ବୋଲି ସେ କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ ପଟେଲ ମଧ୍ୟ ଭୂମି ପୂଜନ ସ୍ଥାନରେ ଉପସ୍ଥିତ ରହିଛନ୍ତି । 

10:35 August 05

ଲକ୍ଷ୍ନୌରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନରେ ଯୋଗଦେବା ପାଇଁ ଲକ୍ଷ୍ନୌରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ କିଛି ସମୟରେ ପରେ ଅଯୋଧ୍ୟା ଗସ୍ତରେ ଯିବେ ମୋଦି ।

10:29 August 05

ଭୂମି ପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ଉମା ଭାରତୀ

ଭୂମି ପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ଉମା ଭାରତୀ

ଶ୍ରୀରାମ ମନ୍ଦିର ପାଇଁ ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବିଜେପି ନେତ୍ରୀ ଉମା ଭାରତୀ । ଏନେଇ ସେ ଟ୍ବିଟ୍‌ କରି ସ୍ପଷ୍ଟ କରିଛନ୍ତି । ପୂର୍ବରୁ କୋରୋନା ମହାମାରୀକୁ ଲକ୍ଷ୍ୟ କରି ଉପସ୍ଥିତ ହେବେ ନାହିଁ ବୋଲି ଜଣାଇଥିଲେ । 

10:25 August 05

ହନୁମାନ ଗଢି ମନ୍ଦିରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାର ହନୁମାନ ଗଢି ମନ୍ଦିରରେ ପହଞ୍ଚିଛନ୍ତି । 12.30ରେ ଭୂମି ପୂଜନ କାର୍ଯ୍ୟକ୍ରମ ରହିଛି । 

10:08 August 05

ମହାକାଳେଶ୍ବର ମନ୍ଦିରରେ ଜଳିଲା 1100 ଦୀପ

ମହାକାଳେଶ୍ବର ମନ୍ଦିରରେ ଜଳିଲା 1100 ଦୀପ

ଭୂମି ପୂଜନ ଅବସରରେ ଉଜୈନ ସ୍ଥିତ ମହାକାଳେଶ୍ବର ମନ୍ଦିରରେ ଜଳିଲା 1100 ଦୀପ । ଆଜି ମଧ୍ୟାହ୍ନ 12ଟାରେ ହେବ ମହାଆଳତୀ ।

10:08 August 05

ରଙ୍ଗୋଲିରେ ସଜେଇ ହେଲା ନାଗପୁର ସ୍ଥିତ ଆରଏସଏସ ଅଫିସ୍‌

ରଙ୍ଗୋଲିରେ ସଜେଇ ହେଲା ନାଗପୁର ସ୍ଥିତ ଆରଏସଏସ ଅଫିସ୍‌

ଭୂମି ପୂଜନ ଅବସରରେ ନାଗପୁରସ୍ଥିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ମୁଖ୍ୟାଳୟରେ ରଙ୍ଗୋଲି କରାଯାଇଛି । କାର୍ଯ୍ୟାଳୟ ସାମ୍ନାରେ ଜୟ ଶ୍ରୀରାମ ଲେଖାଯାଇଥିବା ଦେଖିବାକୁ ମିଳିଛି । 

09:40 August 05

ଅଯୋଧ୍ୟା ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯାତ୍ରା ଆରମ୍ଭ

ଅଯୋଧ୍ୟା ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯାତ୍ରା ଆରମ୍ଭ

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନରେ ଯୋଗଦେବା ପାଇଁ ନୂଆଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ଷ୍ନୌରେ ପହଞ୍ଚିବା ପରେ ଅଯୋଧ୍ୟା ଅଭିମୁଖେ ଯିବେ ମୋଦି ।

09:36 August 05

ଭୂମି ପୂଜନ: ଉତ୍ସବ ମନାଇବାକୁ ଆମେରିକାରେ ଭାରତୀୟ ଏକାଠି

ଆମେରିକାରେ ରହୁଥିବା ଭାରତୀୟ ମାନେ ଭୂମି ପୂଜନ ଉତ୍ସବ ମନାଇବାକୁ ଆମେରିକାର କ୍ୟାପିଟୋଲ ହିଲରେ ଏକାଠି ହୋଇଛନ୍ତି ।  

09:27 August 05

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟ୍ବିଟ୍‌

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟ୍ବିଟ୍‌

ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ବିଟ୍‌ କରି ରାମଙ୍କ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

09:13 August 05

ହନୁମାନ ଗଢି ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ରାମ ମନ୍ଦିର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହନୁମାନ ଗଢି ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । 

09:10 August 05

ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ଆସିଲାଣି 30 କୋଟି ଟଙ୍କା

ବର୍ତ୍ତମାନ ସୁଦ୍ଧା ପ୍ରାୟ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ଆସିଲାଣି 30 କୋଟି ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଟ୍ରଷ୍ଟର ଏକମାତ୍ର ଦଳିତ ସଦସ୍ୟ କମଳେଶ୍ବର ଚୌପାଲ । ତେବେ ଏହା ଆଗାମୀ ଦୁଇ ଦିନରେ 41 କୋଟିରେ ପହଞ୍ଚିବ ବୋଲି ସେ ଆଶା ରଖିଛନ୍ତି । 

09:05 August 05

ଅଯୋଧ୍ୟାରେ ଭୂମି ପୂଜା, ଆସାମରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜି ରାମ ମନ୍ଦିର ପାଇଁ ଭୂମି ପୂଜା କାର୍ଯ୍ୟକ୍ରମ ଥିବାବେଳେ ସେପଟେ ଆସାମରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସାମର ଚାଚାର ଓ କରିମଗଞ୍ଜ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷାକୁ ଯାଞ୍ଚ କରିବାକୁ ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି । 

08:52 August 05

ଭୂମି ପୂଜା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ

  1. ସକାଳ 9.35ରେ ନୂଆଦିଲ୍ଲୀରୁ ବାହାରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
  2. 10.35ରେ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିବେ ମୋଦି ।
  3. 10.40ରେ ଅଯୋଧ୍ୟା ଅଭିମୁଖେ ଗସ୍ତ ।
  4. 11.30ରେ ଅଯୋଧ୍ୟାର ସକେତ କଲୋନୀରେ ହୋଇଥିବା ହେଲିପ୍ୟାଡରେ ଅବତରଣ କରିବେ ମୋଦି ।
  5. 11.40ରେ ହନୁମାନ ଗଢି ମନ୍ଦିର ଯିବେ ମୋଦି ।
  6. 12ଟାରେ ରାମଜନ୍ମଭୂମିରେ ପହଞ୍ଚିବେ ମୋଦି ।
  7. 10 ମିନିଟ୍‌ ରାମଲଲାଙ୍କ ଦର୍ଶନ କରିବେ ।
  8. 12.15ରେ ବୃକ୍ଷରୋପଣ କରିବେ ।
  9. 12.30ରୁ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବ ।
  10. 12.40ରେ ଭିତ୍ତି ପ୍ରସ୍ତର ସ୍ଥାପନ ଆରମ୍ଭ ହେବ ।
  11. 1.10ରେ ପ୍ରଧାନମନ୍ତ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟର କର୍ମକର୍ତ୍ତାଙ୍କୁ ଭେଟିବେ ।
  12. 2.05ରେ ସାକେତ ହେଲିପ୍ୟାଡକୁ ଫେରିବେ ।
  13. 2.20ରେ ନୂଆଦିଲ୍ଲୀ ଅଭିମୁଖେ ବାହାରିବେ ।

07:36 August 05

ରାମ ମନ୍ଦିର; ଆଜି ଶିଳାନ୍ୟାସ, ଅଯୋଧ୍ୟା ପ୍ରସ୍ତୁତ

ଅଯୋଧ୍ୟା: ଅଯୋଧ୍ୟାରେ ସୃଷ୍ଟି ହେବାକୁ ଯାଉଛି ନୂଆ ଇତିହାସ । ଆଉ କିଛି ସମୟର ଅପେକ୍ଷା । ଭଗବାନ ରାମଙ୍କ ଜନ୍ମଭୂମିରେ ପୂରଣ ହେବ ରାମମନ୍ଦିର ନିର୍ମାଣର ସ୍ବପ୍ନ । ଯେଉଁଥିପାଇଁ ତିନିଦିନିଆ ଭୂମି ପୂଜନ ଉତ୍ସବ ଆରମ୍ଭ ହୋଇଛି । ରାମଲାଲାଙ୍କ ପାଇଁ ସଜେଇ ହୋଇଛି ଅଯୋଧ୍ୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାମ ମନ୍ଦିରର ଭୂମି ପୂଜା କରିବେ । ଆଉ କିଛି ସମୟର ଅପେକ୍ଷା । ପାଖେଇ ଆସୁଛି ସେହି ଶୁଭ ମୁହୂର୍ତ୍ତ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପୂରା ଅଯୋଧ୍ୟା ପ୍ରସ୍ତୁତ ରହିଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେପଟେ ଭଗବାନ ରାମଙ୍କ ପାଇଁ ସାରା ଅଯୋଧ୍ୟାକୁ ସଜେଇ ଦିଆଯାଇଛି ।  

Last Updated : Aug 5, 2020, 2:19 PM IST

ABOUT THE AUTHOR

...view details