ଲକ୍ଷ୍ନୌ: ଘୁଞ୍ଚିଲା ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ବୈଠକ । ଅପ୍ରେଲ 4 ତାରିଖରେ ହେବାକୁ ଥିବା ଏହି ବୈଠକକୁ ଲକ୍ଡାଉନ୍ କାରଣରୁ ଘୁଞ୍ଚାଇ ଦିଆଯାଇଛି । ସୂଚନା ଥାଉକି, ଏହି ବୈଠକ ପରେ ଭୂମି ପୂଜା ପାଇଁ ତାରିଖ ଘୋଷଣା ହେବ ବୋଲି କୁହାଯାଉଥିଲା ।
ତେବେ ଟ୍ରଷ୍ଟ ଗଠନ ହେବା ପରଠୁ ଏହା ଦ୍ବିତୀୟ ବୈଠକ ହୋଇଥାନ୍ତା । ପୂର୍ବରୁ ଫେବୃଆରୀ 19 ତାରିଖରେ ଦିଲ୍ଲୀରେ ଏହାର ପ୍ରଥମ ବୈଠକ ବସିଥିଲା । ଯେଉଁଠାରେ ମହନ୍ତ ର୍ନିତ୍ୟା ଗୋପାଳ ଦାସଙ୍କୁ ଟ୍ରଷ୍ଟର ମୁଖ୍ୟ ଓ ଭିଏଚ୍ପି ନେତା ଚମ୍ପତ ରାୟଙ୍କୁ ସାଧାରଣ ସମ୍ପାଦକ ଭାବେ ବଛାଯାଇଥିଲା ।