ଓଡିଶା

odisha

ETV Bharat / bharat

ରାମମନ୍ଦିର ମାନଚିତ୍ରକୁ ବିକାଶ ପ୍ରାଧୀକରଣର ସମ୍ମତି, ଖୁବ ଶୀଘ୍ର ଆରମ୍ଭ ହେବ ଖନନ କାର୍ଯ୍ୟ - ରାମମନ୍ଦିର ମାନଚିତ୍ର

ଭଗବାନ ରାମଙ୍କ ଜନ୍ମଭୂମୀରେ ମନ୍ଦିରର ମୂଳଦୁଆ ଖୋଦନ ଶୀଘ୍ର ଆରମ୍ଭ ହୋଇପାରେ । ଅଯୋଧ୍ୟା ବିକାଶ ପ୍ରାଧିକରଣ ଆଜି(ବୁଧବାର) ରାମ ମନ୍ଦିରର ମାନଚିତ୍ର ପାସ୍‌ କରିଛି । ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ବିକାଶ ପ୍ରାଧିକରଣର ବୈଠକ ଶେଷ ହୋଇଛି ।

ରାମମନ୍ଦିର ମାନଚିତ୍ରକୁ ବିକାଶ ପ୍ରାଧୀକରଣର ସମ୍ମତି
ରାମମନ୍ଦିର ମାନଚିତ୍ରକୁ ବିକାଶ ପ୍ରାଧୀକରଣର ସମ୍ମତି

By

Published : Sep 2, 2020, 1:33 PM IST

ଲକ୍ଷ୍ନୌ:ଭଗବାନ ରାମଙ୍କ ଜନ୍ମଭୂମୀରେ ମନ୍ଦିରର ମୂଳଦୁଆ ଖନନ ଶୀଘ୍ର ଆରମ୍ଭ ହୋଇପାରେ । ଅଯୋଧ୍ୟା ବିକାଶ ପ୍ରାଧିକରଣ ଆଜି(ବୁଧବାର) ରାମ ମନ୍ଦିରର ମାନଚିତ୍ର ପାସ କରିଛି । ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ବିକାଶ ପ୍ରାଧିକରଣର ବୈଠକ ଶେଷ ହୋଇଛି । କମିଶନର ଏମପି ଅଗ୍ରୱାଲ କହିଛନ୍ତି ଯେ ରାମ ମନ୍ଦିରର ମାନଚିତ୍ର ଓ କ୍ୟାମ୍ପସରେ ବିକାଶର ଲେଆଉଟକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଛି । ମାନଚିତ୍ର ପାସ୍ କରିବା ପାଇଁ ନିର୍ଦ୍ଦିଷ୍ଟ ଶୁଳ୍କ ହିସାବ କରିବା ପରେ ଅନୁମୋଦିତ ମାନଚିତ୍ରକୁ ରାମ ମନ୍ଦିର ଟ୍ରଷ୍ଟକୁ ଦିଆଯିବ ।

ଶ୍ରୀ ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ସହିତ ସମଗ୍ର କମ୍ପ୍ଲେକ୍ସର ବିକାଶ ପାଇଁ ରାମ ମନ୍ଦିର ଟ୍ରଷ୍ଟର ଯୋଜନା ରହିଛି । ବୈଷୟିକ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରାୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଯୋଧ୍ୟା ବିକାଶ ପ୍ରାଧିକରଣ ବୈଠକରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ରାମ ମନ୍ଦିରର ମାନଚିତ୍ର ସହିତ ଅଯୋଧ୍ୟା ବିକାଶ ପ୍ରାଧିକରଣ ପରିସରର ବିକାଶର ଲେଆଉଟ୍ ଉପସ୍ଥାପନ କରିଥିଲେ ।

ନିୟମାନୁଯାୟୀ, ଅଯୋଧ୍ୟା ବିକାଶ ପ୍ରାଧିକରଣ ଶ୍ରୀରାମ ଜନ୍ମଭୂମି କମ୍ପ୍ଲେକ୍ସର 70 ଏକରର ଲେଆଉଟ୍ ଓ ମନ୍ଦିର ମାନଚିତ୍ରକୁ ଅନୁମତି ଦେବା ପାଇଁ ଏକ ବୈଠକ କରିଥିଲେ । ଏଥିରେ କମିଶନର ଏମପି ଅଗ୍ରୱାଲ, ଜିଲ୍ଲା ଅଧିକାରୀ ଅନୁଜ କୁମାର ଝା, ଟ୍ରଷ୍ଟର ସଦସ୍ୟ, ନଜୁଲ ବିଭାଗ, ଜଙ୍ଗଲ ବିଭାଗ , ଅଗ୍ନିଶମ ବିଭାଗ, ଜଳସେଚନ ବିଭାଗ ଏବଂ 9 ଟି ବିଭାଗର ଦକ୍ଷ ଅଧିକାରୀ ଉପସ୍ଥିତ ଥିଲେ । ସମସ୍ତଙ୍କ ଠାରୁ NOC ପାଇବା ପରେ ଅଯୋଧ୍ୟା ବିକାଶ ପ୍ରାଧିକରଣ ରାମ ମନ୍ଦିର ମାନଚିତ୍ର ଓ ଲେଆଉଟ୍ ପାସ୍ କରାଯାଇଛି ।

ରାମ ମନ୍ଦିର ନିର୍ମାଣ ପାଇଁ ସମସ୍ତ ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ପରେ ରାମ ଜନ୍ମଭୂମି କମ୍ପ୍ଲେକ୍ସରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେବ । ମନ୍ଦିରର ମୂଳଦୁଆ ଖୋଦନ ଶୀଘ୍ର ଆରମ୍ଭ ହେବ । ଶ୍ରୀ ରାମ ଜନ୍ମାଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ବାରା ଦୁଇଟି ମାନଚିତ୍ର ଉପସ୍ଥାପିତ କରାଯାଇଥିଲା । ପ୍ରଥମଟି ଥିଲା ରାମ ଜନ୍ମଭୂମି କମ୍ପ୍ଲେକ୍ସର ଲେଆଉଟ୍, ଏହା 274000 ବର୍ଗମିଟର । ଏହାସହ ଦ୍ବିତୀୟଟି ଥିଲା ରାମ ମନ୍ଦିରର ଏକ ଡ୍ରାଫ୍ଟ, ଯାହାର ସମୁଦାୟ ଆଚ୍ଛାଦିତ କ୍ଷେତ୍ର 12879 ବର୍ଗ ମିଟର । ଏହି ଦୁଇଟି ମାନଚିତ୍ର ବିକାଶ ପ୍ରାଧିକରଣରେ ସର୍ବସମ୍ମତି କ୍ରମେ ପାସ୍ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details