ଓଡିଶା

odisha

By

Published : Sep 6, 2020, 5:24 PM IST

ETV Bharat / bharat

'ପିତୃପକ୍ଷ' ପରେ ଆରମ୍ଭ ହେବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ

ଅଯୋଧ୍ୟାରେ ବହୁ ପ୍ରତିକ୍ଷିତ ରାମ ମନ୍ଦିର ଆସନ୍ତା ସେପ୍ଟେମ୍ବର 17 ପରେ ନିର୍ମାଣ କରାଯିବ। 'ପିତୃପକ୍ଷ' ଅବଧି ଶେଷ ହେବାପରେ ଏଲ ଆଣ୍ଡ ଟି ଦ୍ବାରା ମନ୍ଦିର ନିର୍ମାଣ ଆରମ୍ଭ କରାଯିବ । ଅଧିକ ପଢନ୍ତୁ...

'ପିତୃ ପକ୍ଷ' ପରେ ଆରମ୍ଭ ହେବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ
'ପିତୃ ପକ୍ଷ' ପରେ ଆରମ୍ଭ ହେବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ

ଅଯୋଧ୍ୟା: ଅଯୋଧ୍ୟାରେ ବହୁ ପ୍ରତିକ୍ଷିତ ରାମ ମନ୍ଦିର ଆସନ୍ତା ସେପ୍ଟେମ୍ବର 17 ପରେ ନିର୍ମାଣ କରାଯିବ। 'ପିତୃପକ୍ଷ' ଅବଧି ଶେଷ ହେବାପରେ ଏଲ ଆଣ୍ଡ ଟି ଦ୍ବାରା ମନ୍ଦିରର ନିର୍ମାଣ ଆରମ୍ଭ କରାଯିବ ।

ହିନ୍ଦୁ ରୀତିନୀତି ଅନୁସାରେ, ପିତୃ ପକ୍ଷରେ ନିଜ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ । ତେଣୁ ଏହି ସମୟରେ କୌଣସି ଶୁଭକାର୍ଯ୍ୟ କରାଯାଇ ନଥାଏ ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଅନୁଯାୟୀ, ଦେଶର ପ୍ରମୁଖ ନିର୍ମାଣକାରୀ କମ୍ପାନୀ ଲାରସେନ୍ ଆଣ୍ଡ ଟରବୋ ଏହି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିବ । ଯାହା 12,879 ବର୍ଗମିଟର ଅଞ୍ଚଳରେ ନିର୍ମାଣ କରାଯିବ ।

ନିର୍ମାଣ ପାଇଁ କମ୍ପାନୀ କୌଣସି ଅର୍ଥ ନେଉନାହିଁ । ମନ୍ଦିରର ଭିତ୍ତିପ୍ରସ୍ତରରେ ପ୍ରାୟ 1200 ସ୍ତମ୍ଭ ରହିବ । ଯାହାକୁ 100 ଫୁଟ ତଳେ ରଖାଯିବ । ଏପରିକି ସ୍ତମ୍ଭଗୁଡ଼ିକରେ କୌଣସି ଲୁହା ବ୍ୟବହାର ହେବ ନାହିଁ । କେବଳ ସ୍ବତନ୍ତ୍ର ପଥରରେ ସ୍ତମ୍ଭ ଗୁଡିକର ନିର୍ମାଣ କରାଯିବ । ଏହି ସ୍ତମ୍ଭଗୁଡ଼ିକ ଉପରେ ପୁଣି ଏକ ସ୍ତର ନିର୍ମାଣ କରାଯିବ ।

ନିର୍ମାଣକାରୀ କମ୍ପାନୀ ମୁମ୍ବାଇରୁ ମେସିନ ମଗାଇଥିବା ବେଳେ ଅନ୍ୟ ଯନ୍ତ୍ରପାତି ହାଇଦ୍ରାବାଦରୁ ଅଣାଯାଉଛି । ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନରେ ଟ୍ରଷ୍ଟ ପ୍ରାୟ 100 ଶ୍ରମିକଙ୍କୁ ନିୟୋଜିତ କରିବ ବୋଲି କୁହାଯାଇଛି । ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଲୋକମାନଙ୍କୁ ପ୍ରବେଶ ପୂର୍ବରୁ କୋରୋନାଲ ଟେଷ୍ଟ ସହ ଥର୍ମାଲ୍ ସ୍କାନିଂ କରାଯିବ।

ଗତ ସପ୍ତାହରେ ଅଯୋଧ୍ୟା ବିକାଶ ପ୍ରାଧିକରଣ (ଏଡିଏ) ଦୁଇଟି ନିର୍ମାଣ ଲେଆଉଟ୍ ଅନୁମୋଦନ କରିଥିଲା ​​। କର୍ତ୍ତୃପକ୍ଷଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆବଶ୍ୟକ ଫି ଜମା କରିବା ପରେ ଏଡିଏ ସେପ୍ଟେମ୍ବର 4ରେ ଟ୍ରଷ୍ଟକୁ ଲେଆଉଟ୍ ହସ୍ତାନ୍ତର କରିଥିଲା।

ଟ୍ରଷ୍ଟର ସୂଚନା ଅନୁଯାୟୀ, ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଫଳରେ ମନ୍ଦିର 1,500 ବର୍ଷରୁ ଅଧିକ ସମୟ ସଂରକ୍ଷିତ ହୋଇରହିବ ।

ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆଇଆର), ରୁର୍କି ଏବଂ ଆଇଆଇଟି ମାଡ୍ରାସର ବିଶେଷଜ୍ଞମାନେ ମନ୍ଦିରର ମୂଳଦୁଆକୁ ଦୃଢ ଯୋଜନା କରାଯାଇଛି । ଯାହା ଦ୍ବାରା ମନ୍ଦିର ଭୂକମ୍ପ ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ସହ୍ୟ କରିପାରିବ।

@IANS

ABOUT THE AUTHOR

...view details