ଓଡିଶା

odisha

ETV Bharat / bharat

ଆଜି ଅଯୋଧ୍ୟା ଗସ୍ତ କରିବେ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ - ନୃପେନ୍ଦ୍ର ମିଶ୍ର

ସେପ୍ଟେମ୍ବର 8 ଏବଂ 9 ରେ ମନ୍ଦିର ନିର୍ମାଣ ସହ ଜଡିତ ଅନେକ ପ୍ରକ୍ରିୟାରେ ଭାଗ ନେବାକୁ ସୋମବାର ଦିନ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଦିଲ୍ଲୀରୁ ଅଯୋଧ୍ୟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଅଧିକ ପଢନ୍ତୁ...

ଆଜି ଅଯୋଧ୍ୟା ଗସ୍ତ କରିବେ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ
ଆଜି ଅଯୋଧ୍ୟା ଗସ୍ତ କରିବେ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ

By

Published : Sep 7, 2020, 2:51 PM IST

ଅଯୋଧ୍ୟା : ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଆଜି ଆଯୋଧ୍ୟା ଗସ୍ତ କରିବେ । ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରୁ ଅଯୋଧ୍ୟା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ନୃପେନ୍ଦ୍ର ସେପ୍ଟେମ୍ବର 8 ଏବଂ 9 ରେ ରାମ ମନ୍ଦିର ନିର୍ମାଣ ସହ ଜଡିତ ଅନେକ ପ୍ରକ୍ରିୟାରେ ଭାଗ ନେବେ । ଯେଉଁଥିରେ ମନ୍ଦିର ଟ୍ରଷ୍ଟର ସଦସ୍ୟ ଓ ଲରସେନ ଏବଂ ଟୁବ୍ରୋ (L&T)ର ଇଞ୍ଜିନିୟରମାନଙ୍କ ସହ ବୈଠକ କରିବେ। ଏହା ପରେ ସେ ସେପ୍ଟେମ୍ବର 10ରେ ଦିଲ୍ଲୀ ଫେରିଯିବେ ।

ଏହା ପୂର୍ବରୁ ଅଯୋଧ୍ୟା ବିକାଶ କର୍ତ୍ତୃପକ୍ଷ(ଏଡିଏ) ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ଜନ୍ମଭୂମିର ମନ୍ଦିର ନିର୍ମାଣର ଡିଜାଇନକୁ ଟ୍ରଷ୍ଟକୁ ହସ୍ତାନ୍ତର କରିଥିଲେ । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟ ରାମ ମନ୍ଦିରର ଲେଆଉଟ୍ ଡିଜାଇନ୍ ଏବଂ ଏହା ସହ ଜଡିତ ଅନ୍ୟାନ୍ୟ ଦଲିଲକୁ ଅଗଷ୍ଟରେ ଅନୁମୋଦନ ପାଇଁ ଏଡିଏରେ ଦାଖଲ କରିଥିଲା।

ଟ୍ରଷ୍ଟ ଅନୁଯାୟୀ ଦେଶର ପ୍ରାଚୀନ ତଥା ପାରମ୍ପରିକ ଭାବେ ମନ୍ଦିର ନିର୍ମାଣ କରାଯିବ । ଭୂକମ୍ପ, କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟରୁ ମନ୍ଦିରକୁ କିପରି ରକ୍ଷା କରାଯିବ, ସେ ଦିଗରେ ଧ୍ୟାନ ଦିଆଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ 5 ତାରିଖରେ ଅଯୋଧ୍ୟା ଗସ୍ତରେ ଯାଇ ରାମ ଜନ୍ମଭୂମିରେ 'ଭୂମି ପୂଜନ'ରେ ଯୋଗ ଦେଇଥିଲେ। ଚଳିତ ବର୍ଷ ଫେବୃଆରୀରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ତଦାରଖ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନାମରେ ଏକ କମିଟି ଗଠନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details