ଓଡିଶା

odisha

ETV Bharat / bharat

ରାମ ମନ୍ଦିର ଭୂମି ପୂଜନ: 'ପୂରଣ ହେଲା ସଙ୍କଳ୍ପ, ଦେଶବାସୀ ଉତ୍ସାହିତ' - ayodhya ram temple

ସରିଲା ରାମ ମନ୍ଦିର ଭୂମି ପୂଜନ । ଜୟ ଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ହେଲା ସମଗ୍ର ଅଯୋଧ୍ୟା ନଗରୀ । ଏହି ଅବସରରେ ମନ୍ଦିର ନିର୍ମାଣ ପାଇଁ ଯେଉଁମାନେ ବଳିଦାନ ଦେଇଛନ୍ତି ସେମାନଙ୍କୁ ମନେ ପକାଇଲେ ଆରଏସଏସ ମୁଖ୍ୟ । ଅଧିକ ପଢନ୍ତୁ...

ରାମ ମନ୍ଦିର ଭୂମି ପୂଜନ: 'ପୂରଣ ହେଲା ସଙ୍କଳ୍ପ, ଦେଶବାସୀ ଉତ୍ସାହିତ'
ରାମ ମନ୍ଦିର ଭୂମି ପୂଜନ: 'ପୂରଣ ହେଲା ସଙ୍କଳ୍ପ, ଦେଶବାସୀ ଉତ୍ସାହିତ'

By

Published : Aug 5, 2020, 2:27 PM IST

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ 5 ଆଜି (ବୁଧବାର) ଅଯୋଧ୍ୟାରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମୟରେ ସମଗ୍ର ଦେଶରେ 'ଜୟ ଶ୍ରୀ ରାମ' ନାରାରେ ପ୍ରକମ୍ପିତ ହେଉଛି ଗଗନ ପବନ । ସମସ୍ତ ଦେଶରେ ଉତ୍ସବର ମାହୋଲ ଖେଳିଯାଇଛି । ଭାବ ପ୍ରବଣ ହୋଇପଡୁଛନ୍ତି ଦେଶବାସୀ ।

ଏହି ଅବଧିରେ ୟୁପି ରାଜ୍ୟପାଳ ଆନନ୍ଦିବେନ ପଟେଲ, ୟୁପି ସିଏମ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନର ମୁଖ୍ୟ ବା ସଙ୍ଘ ସଞ୍ଚାଳକ ମୋହନ ଭାଗବତ ଏବଂ ରାମ ମନ୍ଦିର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହି ପବିତ୍ର ମୂହୁର୍ତ୍ତରେ ଉପସ୍ଥିତ ଥିଲେ ।

ଭୂମି ପୂଜନ କାର୍ଯ୍ୟକ୍ରମ ପରେ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ମନ୍ଦିର ନିର୍ମାଣ ପାଇଁ ଅନେକ ଲୋକ ବଳିଦାନ ଦେଇଛନ୍ତି । ଆଜି ତାଙ୍କ ବଳିଦାନ ହେତୁ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଆଜି ଆମର ସଂକଳ୍ପ ପୂରଣ ହୋଇଛି ।

ମୋହନ ଭାଗବତ କହିଛନ୍ତି, ଆଜି ଆମେ 30 ବର୍ଷର ପରିଶ୍ରମର ଫଳ ପାଇଛୁ। ମନ୍ଦିର ନିର୍ମାଣ ପାଇଁ ହଜାର ହଜାର ଲୋକ ବଳିଦାନ ଦେଇଥିଲେ। ଆଜି ଆମର ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ହୋଇଛି । ବର୍ତ୍ତମାନ ଅଯୋଧ୍ୟା ଜମିରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ। ଅନେକ ଦିନର ପ୍ରତିକ୍ଷା ଶେଷ ହେବା ପରେ ଆଜି ସମଗ୍ର ଦେଶ ଖୁସି ଅଛି।

ଭାଗବତ କହିଛନ୍ତି, ଯାହାର ଯେଉଁ କାମ, ସେ ସେହି କାମ କରିବେ, ଏବେ ଆମ ସମସ୍ତଙ୍କୁ ଅଯୋଧ୍ୟାକୁ ସଜାଇବାକୁ ପଡ଼ିବ । ହିନ୍ଦୁ ଧର୍ମ ହେଉଛି ଏକ ଧର୍ମ ଯାହା ସମସ୍ତଙ୍କୁ ପ୍ରୋତ୍ସାହିତ କରେ ଏବଂ ବିଶ୍ବାସ କରେ ଯେ ସମସ୍ତେ ସମାନ ଅଟନ୍ତି। ଏଠାରେ ଯେମିତି ଯେମିତି ମନ୍ଦିର ନିର୍ମାଣ ହେବ ସେମିତି ଏହି ସ୍ଥାନ ଅଯୋଧ୍ୟା ପରି ନିର୍ମାଣ ହେବା ଉଚିତ।

ABOUT THE AUTHOR

...view details