ଓଡିଶା

odisha

6 ଡିସେମ୍ବରରୁ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ: ସାକ୍ଷୀ ମହାରାଜ

By

Published : Oct 16, 2019, 7:49 PM IST

ଅଯୋଧ୍ୟା ମାମଲାର ଶୁଣାଣି ବୁଧବାର ସରିଛି । ସୁପ୍ରିମ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ତେବେ ଏହି ସମୟରେ ବଡ ବୟାନ ଦେଇଛନ୍ତି ଉନ୍ନାଓ ସାଂସଦ ସାକ୍ଷୀ ମହାରାଜ...

ଫାଇଲ ଫଟୋ

ହାଇଦ୍ରାବାଦ: ବୁଧବାର ଶେଷ ହୋଇଛି ଅଯୋଧ୍ୟା ମାମଲାର ଶୁଣାଣି । ଦେଶର ସର୍ବୋଚ୍ଚ ଅଦାଳତ ଏହି ସର୍ବ ପୂରାତନ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ତେବେ ମାମଲାର ଚୂଡାନ୍ତ ରାୟ ଆସନ୍ତା ଏକ ମାସ ମଧ୍ୟରେ ଆସିବାର ସମ୍ଭାବନା ରହିଛି ।

ହେଲେ ଏହି ସମୟରେ ଏକ ବଡ ବୟାନ ଦେଇଛନ୍ତି ବିଜେପି ନେତା ତଥା ଉନ୍ନାଓ ସାଂସଦ ସାକ୍ଷୀ ମହାରାଜ । ସାକ୍ଷୀ ମହାରାଜ କହିଛନ୍ତି ଆସନ୍ତା ଡିସେମ୍ବର 6ରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ । ସଂଯୋଗର କଥା ହେଉଛି ଏହି 6 ଡିସେମ୍ବର 1992ରେ ଅଯୋଧ୍ୟାରେ ବାବ୍ରୀ ମସଜିଦକୁ ଧ୍ବସଂ କରି ଦିଆଯାଇଥିଲା । ଏହି ଦୃଷ୍ଟିରୁ ସାକ୍ଷୀ ମହାରାଜଙ୍କ ବକ୍ତବ୍ୟ ଅନେକ ଗୁରୁତ୍ବ ବହନ କରୁଛି ।

ମହାରାଜ କହିଛନ୍ତି ଏହି ମାମଲାକୁ ନେଇ ବିଶ୍ବ ସମେତ ଦେଶର ସମସ୍ତ ସାଧୁ ସନ୍ଥଙ୍କ ସୁପ୍ରିମ କୋର୍ଟଙ୍କ ଉପରେ ନଜର ଥିଲା ।

ମହାରାଜ ଆହୁରି କହିଛନ୍ତି, ଆସନ୍ତା ଏକମାସରେ ଯେଉଁ ରାୟ ଆସିବ ତାହା ଭଗବାନ ରାମଙ୍କ ପକ୍ଷରେ ହିଁ ଆସିବ । ସେ କହିଛନ୍ତି ଉପରେ ଭଗବାନ ଅଛନ୍ତି ତଳେ ବିଚାରପତି ଭଗବାନ ଅଟନ୍ତି । ତଳ ଭଗବାନ ଉପରେ ଥିବା ଭଗବାନଙ୍କ ପକ୍ଷରେ ରାୟ ଦେବେ । ସେଥିପାଇଁ ଚଳିତ ବର୍ଷ 2ଥର ଦୀପାବଳି ପାଳନ କରାଯିବ । ଗୋଟିଏ ଭଗବାନ ରାମଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ମନାଯାଉଛି । ଆଉ ଗୋଟିଏ ରାମ ଭଗବାନଙ୍କ ପକ୍ଷରେ ରାୟ ଆସିବାକୁ ଥିବାରୁ ମନାଯିବ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details