ନୂଆଦିଲ୍ଲୀ: ଦୀର୍ଘ ଦଶନ୍ଧି ଧରି ଅପେକ୍ଷା ପରେ ଅଯୋଧ୍ୟାରେ ଏକ ବିଶାଳ ରାମ ମନ୍ଦିର ନିର୍ମାଣରୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପ୍ରତ୍ୟେକ ଘରେ ପ୍ରସ୍ତୁତି ଏବଂ ଗୌରବମୟ ପରିବେଶ । ତେବେ ଅଗଷ୍ଟ ୫ରେ ରାମ ମନ୍ଦିରର ଜମି ପୂଜା ହେବ । ଏବଂ ଏହି ଭୂମି ପୂଜନ କାର୍ଯ୍ୟକର୍ମରେ ଏକ ଘଣ୍ଟା ପାଇଁ ଦେଶବାସୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ମନ୍ଦିରର ଭୂମି ପୂଜନ କାର୍ଯ୍ୟ ଆରମ୍ଭ ହେବ ।
ରାମ ମନ୍ଦିର ଭୂମି ପୂଜନ ପରେ ଦେଶକୁ ଘଣ୍ଟାଏ ସମ୍ବୋଧନ କରିବେ ମୋଦି - ରାମ ମନ୍ଦିର ନିର୍ମାଣ
ରାମ ମନ୍ଦିର ଭୂମି ପୂଜନ ପରେ ଦେଶକୁ ଘଣ୍ଟାଏ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...
![ରାମ ମନ୍ଦିର ଭୂମି ପୂଜନ ପରେ ଦେଶକୁ ଘଣ୍ଟାଏ ସମ୍ବୋଧନ କରିବେ ମୋଦି ରାମ ମନ୍ଦିର ଭୂମି ପୂଜନ ପରେ ଦେଶକୁ ଘଣ୍ଟାଏ କାଳ ସମ୍ବୋଧିତ କରିବେ ମୋଦୀ](https://etvbharatimages.akamaized.net/etvbharat/prod-images/768-512-12:36:07:1596524767-2020-08-03-1-0408newsroom-1596524744-366.jpg)
ରାମ ମନ୍ଦିର ଭୂମି ପୂଜନ ପରେ ଦେଶକୁ ଘଣ୍ଟାଏ କାଳ ସମ୍ବୋଧିତ କରିବେ ମୋଦୀ
ତେବେ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମକୁ ଐତିହାସିକ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ଯୋଗଦେବେ। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ପରେ ମୋହନ ଭଗବତ ମଧ୍ୟ ଦେଶକୁ ସମ୍ବୋଧନ କରିବେ।