ଲକ୍ଷ୍ନୌ: ନବରାତ୍ରୀ ଅବସରରେ ରାମାୟଣରେ ବର୍ଣ୍ଣିତ ଭଗବାନ ରାମଙ୍କ ଜୀବନୀ 'ରାମ ଲୀଲା'ର ସିଧା ପ୍ରସାରଣ କରିବ ଦୂରଦର୍ଶନ । ଅଯୋଧ୍ୟାରୁ ଏହି ପ୍ରସାରଣ କରାଯିବା ନେଇ ଉତ୍ତରପ୍ରଦେଶର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିଭାଗର ଏକ ସରକାରୀ ବିଜ୍ଞାପନରେ ରାଜ୍ୟ ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିଭାଗ ସହଯୋଗରେ ଏହି କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ଆୟୋଜିତ ହୋଇଥିବା ସୂଚନା ଦିଆଯାଇଛି ।
ଏହାକୁ ଉତ୍ତରପ୍ରଦେଶର ପର୍ଯ୍ୟଟନ, ସଂସ୍କୃତି, ଧାର୍ମିକବ୍ୟାପାର ମନ୍ତ୍ରୀ ନୀଲକାନ୍ତ ଶୁଭାରମ୍ଭ କରିଛନ୍ତି । ଦୂରଦର୍ଶନ ବ୍ୟତୀତ ଏହି କାର୍ଯ୍ୟକ୍ରମ ୟୁଟ୍ୟୁବରେ ଓ ସରକାରଙ୍କ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଗୁଡିକରେ ମଧ୍ୟ ପ୍ରସାରିତ ହେଉଛି ।