ଓଡିଶା

odisha

ଖୁବଶୀଘ୍ର ନିର୍ମାଣ ହେବ ରାମ ମନ୍ଦିର, ଆଜି ଘୋଷଣା ହେବ ତାରିଖ

By

Published : Jul 18, 2020, 10:40 AM IST

ରାମଜନ୍ମ ଭୂମିରେ ମନ୍ଦିର ନିର୍ମାଣ ନେଇ ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ଭୂମି-ପୂଜନ ନେଇ ତାରିଖ ଘୋଷଣା କରାଯିବ । ଅଧିକ ପଢନ୍ତୁ...

ଭୂମିପୂଜନ ପାଇଁ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ
ଭୂମିପୂଜନ ପାଇଁ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଖୁବଶୀଘ୍ର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ତାରିଖ ଧାର୍ଯ୍ୟ ପାଇଁ ଆଜି ରାମଜନ୍ମ ଭୂମି ତୀର୍ଥକ୍ଷେତ୍ରରେ ଟ୍ରଷ୍ଟ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଯାଇଛି ।

ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟି କହିଛନ୍ତି, ଆଜି ମନ୍ଦିର ନିର୍ମାଣ କାର୍ଯ୍ୟ ତାରିଖ ଘୋଷଣା କରାଯିବ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି । ଏହି ବୈଠକରେ ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଏହି ବୈଠକରେ ଉପସ୍ଥିତି ରହିବ । ଯେଉଁ ତାରିଖ ଘୋଷଣା ହେବା ତାହାକୁ ପିଏମଙ୍କ ସ୍ବୀକୃତି ମିଳିଛି ବୋଲି କୁହାଯାଉଛି।

ଏଥିସହ ଏହି ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ ମୁଖ୍ୟ ମୋହନ ଭଗବତ ମଧ୍ୟ ନିର୍ମାଣ ନିର୍ମାଣ କାର୍ଯ୍ୟକ୍ରମ ଆରମ୍ଭ ଉତ୍ସବରେ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ, ରାମ ଜନ୍ମଭୂମି ନିର୍ମାଣ କାର୍ଯ୍ୟ ସେପ୍ଟେମ୍ବରର ଆରମ୍ଭ ହେବ ।

ମନ୍ଦିର ନିର୍ମାଣ ଆରମ୍ଭ କରିବା ପାଇଁ ଗର୍ଭ ଗୃହରେ ଭୂମି ପୂଜା ଅନୁଷ୍ଠିତ ହେବ । ଗତବର୍ଷ ନଭେମ୍ବର 9 ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ରାମଜନ୍ମଭୂମି ଟ୍ରଷ୍ଟ ଗଠନ କରିଥିଲେ ।

ABOUT THE AUTHOR

...view details