ଡେରାଡୁନ: ପ୍ଲାଷ୍ଟିକ ମୁକ୍ତ ଉତ୍ତରାଖଣ୍ଡର ସନ୍ଦେଶ ଦେବା ନେଇ ଆଜି(ମଙ୍ଗଳବାର) ଡେରାଡୁନରେ 50 କିମିର ମାନବ ଶୃଙ୍ଖଳା କରାଯାଇଛି । ଏହି କାର୍ଯ୍ୟକ୍ରମର ଆୟୋଜନ ଡେରାଡୁନ ନଗର ନିଗମ ପକ୍ଷରୁ କରାଯାଇଥିବାବେଳେ, ଏହାକୁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ପ୍ଲାଷ୍ଟିକ ମୁକ୍ତ ସନ୍ଦେଶ ନେଇ ଡେରାଡୁନରେ 50 କିମିର ମାନବ ଶୃଙ୍ଖଳା - ଡେରାଡୁନକୁ ପ୍ଲାଟିକ ମୁକ୍ତ କରିବାକୁ ପ୍ରୟାସ
ସହରକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ପ୍ରୟାସ । ସିଙ୍ଗଲ ୟ୍ୟୁଜ ପ୍ଲାଷ୍ଟିକ ବିରୋଧରେ ଡେରାଡୁନରେ 50 କିମିର ମାନବ ଶୃଙ୍ଖଳା କରାଯାଇଛି ।
କେନ୍ଦ୍ର ସରକାରଙ୍କର ସ୍ବଚ୍ଛ ଭାରତ ଅଭିଯାନ ସହ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ଅଭିଯାନକୁ ସଫଳ କରିବା ନେଇ ଉତ୍ତରାଖଣ୍ଡ ନଗର ନିଗମ ପ୍ରଶାସନ ପକ୍ଷରୁ ରାଜଧାନୀରେ ପଲିଥିନ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ପ୍ରୟାସ ଜାରି ରଖିଛି । ଏନେଇ ଲୋକଙ୍କୁ ଏହାର କୁପ୍ରଭାବରୁ ରକ୍ଷା ନେଇ ସଚେତନ କରାଉଛି । ଯାହାକୁ ନେଇ ମାନବଶୃଙ୍ଖଳା ଦ୍ବାରା ଲୋକଙ୍କୁ ଜାଗୃତ କରାଯାଉଛି ।
ତେବେ ଏହି ମାନବ ଶୃଙ୍ଖଳା ଡେରାଡୁନର ମିୟାଂବାଲା ଠାରୁ ଆରମ୍ଭ ହୋଇ ଆଇଏସବିଟି, କାରଗୀ ଚୌକ ପର୍ଯ୍ୟନ୍ତ ରହିଛି । ଏଥିରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ସହ କଲେଜ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏହା ସହିତ ଅନେକ ସାମାଜିକ ସଙ୍ଗଠନ ଓ ସରକାରୀ କର୍ମଚାରୀ ମାନେ ମଧ୍ୟ ଏହି ମାନବ ଶୃଙ୍ଖଳାରେ ଭାଗ ନେଇଥିଲେ ।