ଓଡିଶା

odisha

By

Published : Aug 11, 2019, 4:26 AM IST

ETV Bharat / bharat

ଆସୁଛି ରାକ୍ଷୀ ପୂର୍ଣ୍ଣିମା, ଭାରତୀୟ ଡାକ ଆଣିଲା ସ୍ପେଶାଲ ଲଫାପା

ବର୍ଷାରେ ମଧ୍ଯ ସୁରକ୍ଷିତ ରହିବ ରାକ୍ଷୀ । ଭାରତୀୟ ଡାକ ବିଭାଗ ବାହାର କଲା ଓ୍ବାଟରପ୍ରୁଫ ଲଫାପା ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସିମଲା: ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଆଉ ଏଥିପାଇଁ ସବୁଠି ବିକ୍ରି ହେଉଛି ଭେଳିକି ଭେଳି ରାକ୍ଷୀ । ଭଉଣୀ ମାନେ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ବଜାରରୁ କିଣି ଆଣୁଛନ୍ତି ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ରାକ୍ଷୀ । ତେବେ ଘର ଠାରୁ ଦୂରରେ ରହୁଥିବା ଭାଇ ପାଇଁ ଭଉଣୀ ମାନେ ଡାକ ମାଧ୍ୟମରେ ପଠାଇଥାନ୍ତି ରାକ୍ଷୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଚଳିତବର୍ଷ ଭାରତୀୟ ଡାକ ବିଭାଗ ରାକ୍ଷୀ ପୂର୍ଣ୍ଣିମାକୁ କିଛି ଖାସ କରିବାକୁ ଓ୍ବାଟରପ୍ରୁଫର ଲଫାପା ବାହାର କରିଛି । ବର୍ଷା ଦିନରେ ଯେପରି ରାକ୍ଷୀ ଓଦା ହୋଇ ନଷ୍ଟ ନହୁଏ । ଆଉ ସୁରକ୍ଷିତରେ ଭାଇ ପାଖରେ ପହଞ୍ଚିବ ସେଥିପାଇଁ ଏଭଳି ପଦକ୍ଷେପ ନେଇଛି ଭାରତୀୟ ଡାକ ।

ରାକ୍ଷୀ ପୂର୍ଣିମାକୁ ନେଇ ହମୀରପୁର, ବିଳାସପୁର ଓ ବଡସରରେ ଡାକଘର ମାନଙ୍କରେ ବିଶେଷ କାଉଣ୍ଟର ଖୋଲାଯାଇଛି । 3ଟି ଯାକ ଡାକଘରରେ ଓ୍ବାଟର ପ୍ରୁଫର ଲଫାପା ଉପଲବ୍ଧ ହୋଇଛି । ଆଉ ଏନେଇ ଚଳଚଞ୍ଚଳ ମଧ୍ୟ ଡାକ ଘର । କାରଣ ଭାଇ ପାଇଁ ପଠାଇଥିବା ଗୋଟିଏ ହେଲେ ବି ରାକ୍ଷୀ ଯେପରି ନରହିଯାଏ ଏଥିପାଇଁ ସମସ୍ତ ଡାକ କର୍ମଚାରୀ ଲାଗିପଡିଛନ୍ତି କାମରେ ।

ABOUT THE AUTHOR

...view details