ନୂଆଦିଲ୍ଲୀ: ରାଜ୍ୟସଭାରେ 45 ଜଣ ନୂତନ ନିର୍ବାଚିତ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ 36 ଜଣ ସାଂସଦ ପ୍ରଥମ ଥର ପାଇଁ ରାଜ୍ୟସଭାରେ ପହଞ୍ଚିଛନ୍ତି। ନିକଟରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ବା ଉପ-ନିର୍ବାଚନରେ 20 ଟି ରାଜ୍ୟରୁ 61 ଜଣ ସଦସ୍ୟ ଆସିଛନ୍ତି । ଏଥିରୁ 45 ଜଣ ଆଜି ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଶରଦ ପାୱାର, ଦିଗବିଜୟ ସିଂ ଓ ରାମଦାସ ଅଠାୱାଲେଙ୍କ ସମେତ 12 ଜଣ ସିଟିଂ ସାଂସଦ ଅଛନ୍ତି । କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଥିଲେ ।ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଅଫିସରେ ନୂତନ ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯାଇଥିଲା । ନିମ୍ନରେ ସପଥ ଗ୍ରହଣ କରୁଥିବା ସଦସ୍ୟ-
- ଆନ୍ଧ୍ରପ୍ରଦେଶ - ଅଯୋଧ୍ୟା ରାମି ରେଡ୍ଡୀ, ପରିମଳ ନାଥୱାନି, ପିଲି ସୁଭାଷଚନ୍ଦ୍ର ବୋଷ ଓ ଭେଣ୍ଟକରମନା ରାଓ ମୋପିଦେବୀ (ସମସ୍ତ ୱାଇଏସଆର କଂଗ୍ରେସ)
- ଅରୁଣାଚଳ ପ୍ରଦେଶ - ନାବମ ରେବିୟା (ବିଜେପି)
- ଆସାମ- ଭୁବନେଶ୍ବର କାଲିତା (ବିଜେପି), ବିଶ୍ବଜିତ ଡାଇମେରି (ବିପିଏଫ) ଓ ଅଜିତ କୁମାର ଭୁୟାନ (IND)
- ବିହାର- ବିବେକ ଠାକୁର (ବିଜେପି), ପ୍ରେମ ଚାନ୍ଦ ଗୁପ୍ତା (ଆରଜେଡି), ହରିବଂଶ (ଜେଡିୟୁ), ରାମନାଥ ଠାକୁର (ଜେଡିୟୁ), ଅମରେନ୍ଦ୍ର ଧାରୀ ସିଂ (ଆରଜେଡି)
- ଛତିଶଗଡ- ଫୁଲୋ ଦେବୀ ନେତାମ (କଂଗ୍ରେସ) ଓ କେଟିଏସ୍ ତୁଳସୀ (କଂଗ୍ରେସ)
- ଗୁଜୁରାଟ- ଅଭୟ ଗଣପତି ରାୟ ଭରଦ୍ବାଜ (ବିଜେପି), ଅମିନ ନରହରି ହିରଭାଇ (ବିଜେପି), ଶକ୍ତି ସିଂ ଗୋହିଲ (କଂଗ୍ରେସ), ରାମିଲା ବେଚାରଭାଇ ବାରା (ବିଜେପି)
- ହରିୟାଣା- ପ୍ରଦୀପ ସିଂ (କଂଗ୍ରେସ), ରାମ ଚନ୍ଦର ଜଙ୍ଗଡା (ବିଜେପି)
- ଝାଡଖଣ୍ଡ- ଦୀପକ ପ୍ରକାଶ (ବିଜେପି), ଶିବୁ ସୋରେନ୍ (ଜେଏମ୍ଏମ୍)
- କର୍ଣ୍ଣାଟକ- ଇରାନ୍ନା କଦାଡି (ବିଜେପି), ଏଚଡି ଦେବ ଗୌଡା (ଜେଡିଏସ୍), ମଲ୍ଲିକାର୍ଜୁନ ଖଡଗେ (କଂଗ୍ରେସ)
- ମଧ୍ୟପ୍ରଦେଶ- ଜ୍ୟୋତିରାଦିତ୍ୟ ସିନ୍ଧିଆ (ବିଜେପି), ଦିଗବିଜୟ ସିଂ (କଂଗ୍ରେସ), ସୁମେର ସିଂ ସୋଲାଙ୍କି (ବିଜେପି)
- ମହାରାଷ୍ଟ୍ର - ଉଦୟନରାଜେ ଭୋସଲେ (ବିଜେପି), ରାମଦାସ ଅଠାବଲେ (ଆରପିଆଇ), ପ୍ରିୟଙ୍କା ଚର୍ତୁବେଦୀ (ଶିବସେନା), ରାଜୀବ ସାତବ (କଂଗ୍ରେସ), ଶରଦ ପୱାର (ଏନସିପି), ଫୌଜିଆ ତହସିନ ଖାନ (ଏନସିପି), ଭାଗବତ କିସାନରାଓ କରାଡ (ବିଜେପି)
- ମଣିପୁର - ମହାରାଜା ସନାଜାଓବା ଲିସେମ୍ବା (ବିଜେପି)
- ମେଘାଳୟ - ୱାନଭେରୋଇ ଖାରଲୁଚି (NPP)
- ଓଡିଶା - ସୁଭାଷ ଚନ୍ଦ୍ର ସିଂ (ବିଜେଡି), ମୁଜିବୁଲ୍ଲା ଖାନ (ବିଜେଡି), ସୁଜିତ କୁମାର (ବିଜେଡି), ମମତା ମହାନ୍ତି (ବିଜେଡି)
- ରାଜସ୍ଥାନ- ନୀରଜ ଡାଙ୍ଗି (କଂଗ୍ରେସ), ରାଜେନ୍ଦ୍ର ଗେହଲଟ୍ (ବିଜେପି), କେସି ବେନୁଗୋପାଲ (କଂଗ୍ରେସ)
- ତାମିଲନାଡୁ - ଏମ ଥମ୍ବବିଦୁରୈ (AIDMK), କେପି ମୁନୁସାମି (AIDMK), ଜିକେ ଭାସାନ (ଟିଏମସି-ଏମ), ତିରୁଚି ସିବା (ଡିଏମକେ), ପି ସେଲାଭାରଶୁ (ଡିଏମକେ), ଏନଆର ଏଲାଙ୍ଗୋ (ଡିଏମକେ)
- ତେଲେଙ୍ଗାନା- କେ କେଶାବା ରାଓ (ଟିଆରଏସ), କେଆର ସୁରେଶ ରେଡ୍ଡୀ (ଟିଆରଏସ)
- ପଶ୍ଚିମବଙ୍ଗ - ଅର୍ପିତା ଘୋଷ (ଟିଏମସି), ମୌସୁମ ନୁର (ଟିଏମସି), ଦୀନେଶ ତ୍ରିବେଦୀ (ଟିଏମସି), ସୁଭ୍ରତା ବକ୍ସି (ଟିଏମସି), ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟ (ସିପିଏମ୍) ।
ବିଜେପି ନେତୃତ୍ବାଧୀନ ଏନଡିଏର ଶକ୍ତି ଉଚ୍ଚ ସଦନରେ ବିରୋଧୀଙ୍କ ଅପେକ୍ଷା ଅଧିକ ବୃଦ୍ଧି ପାଇବ କିନ୍ତୁ ବହୁମତ ପାଇବା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ । ତେବେ 1990 ପରଠାରୁ କୌଣସି ଗୋଟିଏ ଦଳ ଉଚ୍ଚ ସଦନରେ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି । କିନ୍ତୁ ଏନଡିଏ ପ୍ରଥମ ଥର ପାଇଁ 100 ଅତିକ୍ରମ କରିବାରେ ସକ୍ଷମ ହୋଇଛି।