ଓଡିଶା

odisha

By

Published : Nov 2, 2019, 5:19 PM IST

ETV Bharat / bharat

କରତାରପୁର କରିଡର ଖୋଲିବାରେ ସିଦ୍ଧୁଙ୍କ ଯୋଗଦାନ ରହିଛି!

କରତାରପୁର କରିଡର ଖୋଲିବାରେ ସିଦ୍ଧୁଙ୍କ ଯୋଗଦାନ ରହିଥିବା କହିଛନ୍ତି ରାଜ୍ୟସଭା ସାଂସଦ ସୁଖଦେବ ସିଂହ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ଚଣ୍ଡିଗଡ: ଲୁଧିଆନାରେ ଗୁଞ୍ଜରାଓ୍ବାଲା ଖାଲସା ଶିକ୍ଷା ପରିଷଦ ଶ୍ରୀଗୁରୁ ନାନକ ଦେବଙ୍କ ଉଦ୍ଦେଶ୍ୟରେ ଏକ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟସଭା ସାଂସଦ ସୁଖଦେବ ସିଂହ, ପଞ୍ଜାବୀ ସାହିତ୍ୟର ଅନେକ ପ୍ରସିଦ୍ଧ ବିଦ୍ବାନଙ୍କ ସହ ପ୍ରତିଷ୍ଠିତ ଶିଖ ବ୍ୟକ୍ତି ସାମିଲ ହୋଇଥିଲେ । ଏହି ଅବସରରେ ସୁଖଦେବ ସିଂହ ନବଜୋତ ସିଂହ ସିଦ୍ଧୁଙ୍କ ବିଷୟରେ ଏକ ଗୁରୁତ୍ତ୍ବପୂର୍ଣ୍ଣ ଖୁଲାସା କରିଛନ୍ତି।

ସୁଖଦେବ ସିଂହ ସାମ୍ବାଦିକଙ୍କ ସହ କଥା ହେବା ସମୟରେ କହିଛନ୍ତି ଯେ ସିଦ୍ଧୁ କରତାରପୁର କରିଡରକୁ ଖୋଲିବାରେ ଯୋଗଦାନ ଦେଇଛନ୍ତି । ସମସ୍ତଙ୍କୁ ରାଜନୀତିରୁ ଉପରକୁ ଉଠି ଗୁରୁ ନାନକଙ୍କ ପ୍ରକାଶ ପର୍ବକୁ ଧୂମଧାମରେ ମନାଇବା ଦରକାର । ସିଦ୍ଧୁଙ୍କ ଇସ୍ତଫା ଉପରେ ମଧ୍ୟ ସୁଖଦେବ ପ୍ରତିକ୍ରିୟା ଦେଇଛନ୍ତି । ରାଜନୀତିରେ କିଛି ମତଭେଦ ଥିଲା । ତାଙ୍କୁ ଏ ବାବଦରେ ଆଲୋଚନା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ABOUT THE AUTHOR

...view details