ଓଡିଶା

odisha

By

Published : Sep 19, 2020, 12:03 PM IST

ETV Bharat / bharat

ରାଜ୍ୟସଭାରେ ଦେବାଳିଆ ଓ ଦେବାଳିଆପଣ ସଂହିତା (ସଂଶୋଧନ)- 2020 ବିଧେୟକ ପାରିତ

ରାଜ୍ୟସଭାରେ ଦେବାଳିଆ ଓ ଦେବାଳିଆପଣ ସଂହିତା (ସଂଶୋଧନ)- 2020 ବିଧେୟକ ପାରିତ । ଅଧିକ ପଢନ୍ତୁ...

ରାଜ୍ୟସଭାରେ ଦେବାଳିଆ ଓ ଦେବାଳିଆପଣ ସଂହିତା (ସଂଶୋଧନ)- 2020 ବିଧେୟକ ପାରିତ
ରାଜ୍ୟସଭାରେ ଦେବାଳିଆ ଓ ଦେବାଳିଆପଣ ସଂହିତା (ସଂଶୋଧନ)- 2020 ବିଧେୟକ ପାରିତ

ନୂଆଦିଲ୍ଲୀ: ରାଜ୍ୟସଭାରେ ଦେବାଳିଆ ଓ ଦେବାଳିଆପଣ ସଂହିତା (ସଂଶୋଧନ)- 2020 ବିଧେୟକ ପାରିତ ହୋଇଛି । ଆଜି ରାଜ୍ୟସଭାରେ ଏହା ଧ୍ବନୀ ମତରେ ପାରିତ ହୋଇଛି ।

ଶୂନ୍ୟକାଳ ପରେ ଏହି ବିଧେୟକକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବା ପରେ ଏହା ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏଥିରେ ପ୍ରାୟ ସମସ୍ତ ଦଳର ସାଂସଦ ଭାଗ ନେଇ ଆଲୋଚନା କରିଥିଲେ । ଶେଷରେ ଅର୍ଥମନ୍ତ୍ରୀ ସମସ୍ତ ପ୍ରଶ୍ନର ଉତ୍ତର ରଖିବା ପରେ ବିଧେୟକକୁ ଧ୍ବନୀମତରେ ପାରିତ କରାଯାଇଛି ।

ଏହି ବିଧେୟକ ଆଇନରେ ପରିଣତ ପରେ ବାଧା ଦୂର ହେବ, ସିଆଇଆରପି ସୁବ୍ୟବସ୍ଥିତ ହେବ ଏବଂ ପାଣ୍ଠି ଯୋଗାଣର ଅନ୍ତିମ ବିକଳ୍ପ ସୁରକ୍ଷିତ ରହିବା ଫଳରେ ଆର୍ଥିକ ସଂକଟର ସମ୍ମୁଖୀନ ହେଉଥିବା କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ମିଳିପାରିବ ।

ABOUT THE AUTHOR

...view details