ନୂଆଦିଲ୍ଲୀ: ରାଜ୍ୟସଭାରେ ବିମାନ (ସଂଶୋଧନ) ବିଧେୟକ-2020 ପାରିତ । ଧ୍ବନିମତରେ ପାରିତ ହେଲା ବିଧେୟକ । ଗୃହରେ ଆଲୋଚନା ପରେ ବିଧେୟକ ପାରିତ ହୋଇଛି ।
ରାଜ୍ୟସଭାରେ ବିମାନ (ସଂଶୋଧନ) ବିଧେୟକ-2020 ପାରିତ ଆଲୋଚନାରେ ଅନେକ ସାଂସଦ ଭାଗ ନେଇ ବିଧେୟକ ଉପରେ ନିଜ ନିଜର ମତ ରଖିଥିଲେ । ତେବେ ବିଜେଡି ଏହି ବିଲକୁ ସମର୍ଥନ କରିଥିଲା । ଦଳର ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିଧେୟକ ଉପରେ କିଛି ପରାମର୍ଶ ଦେବା ସହ ବିଧେୟକକୁ ସମର୍ଥନ କରିଥିଲେ ।
ସେହିପରି କଂଗ୍ରେସ ସାଂସଦ କେସି ବେଣୁଗୋପାଳ ବିଧେୟକ ଉପରେ ଆଲୋଚନା କରି କେରଳ ବିମାନ ଦୁର୍ଘଟଣା ପ୍ରସଙ୍ଗ ଉଠାଇଥିଲେ । ଏହାସହ କିପରି 6ଟି ବିମାନବନ୍ଦରର ଉନ୍ନତି ପାଇଁ ଆଦାନୀ ଗ୍ରୁପ୍ ଅନୁମତି ପାଇଲା ବୋଲି ପ୍ରଶ୍ନ ପଚାରିଥିଲେ ।
ତେବେ ରାଜ୍ୟସଭାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ବିଧେୟକ ଉପସ୍ଥାପନ କରିଥିଲେ । ଯାହା ଉପରେ ଚର୍ଚ୍ଚା ହେବା ସହ ବିଲକୁ ପାସ କରିଦିଆଯାଇଛି ।