ନୂଆଦିଲ୍ଲୀ: ଦିଲ୍ଲୀର ଅନାଜ ମଣ୍ଡିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡକୁ ନେଇ ତେଜୁଛି ରାଜନୀତି । ଘଟଣାକୁ ନେଇ ଦିଲ୍ଲୀର ଶାସକ ଦଳ ଆମ ଆଦମି ପାର୍ଟି ଏବଂ ବିରୋଧୀ ବିଜେପି ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ପଟେ ବିଜେପି ଏହି ଘଟଣା ପାଇଁ ଆପକୁ ଦାୟୀ କରିଛି । ଅନ୍ୟପକ୍ଷରେ ବିଜେପି ମୃତଦେହକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରିଛି ଆପ । ଆପର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବିଜେପିକୁ ଟାର୍ଗେଟ କରି କହିଛନ୍ତି, 'ଏହା ରାଜନୀତି କରିବାର ସମୟ ନୁହେଁ । ବିଜେପି ଏଭଳି ସମ୍ବେଦନଶୀଳ ମାମଲାକୁ ନେଇ ରାଜନୀତି କରିବାରେ ମଧ୍ୟ ପଛଘୁଞ୍ଚା ଦେଉନାହିଁ । ଯାହା ଅତ୍ୟନ୍ତ ଦୁଃଖର ବିଷୟ ।'
ଦିଲ୍ଲୀ ଅନାଜ ମଣ୍ଡି ଅଗ୍ନିକାଣ୍ଡ: 'ଘଟଣାକୁ ନେଇ ରାଜନୀତି କରୁଛି ବିଜେପି' - rajya sabha mp sanjay singh
ଦିଲ୍ଲୀର ଅନାଜ ମଣ୍ଡିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡକୁ ନେଇ ତେଜୁଛି ରାଜନୀତି । ଗୋଟିଏ ପଟେ ବିଜେପି ଏହି ଘଟଣା ପାଇଁ ଆପକୁ ଦାୟୀ କରିଛି । ଅନ୍ୟପକ୍ଷରେ ବିଜେପି ମୃତଦେହକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରିଛି ଆପ ।
ସେ ଆହୁରି କହିଛନ୍ତି ଯେ, ଘଟଣାର ସତ୍ୟାସତ୍ୟ ନଜାଣି ବିଜେପି ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଦୋଷ ଦେବାରେ ଲାଗି ପଡିଛି । ଏହି କାରଖାନା ଚଳାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ପ୍ରକାର ଫାୟାର ସେଫ୍ଟି ନିୟମ ନିଆଯାଇନଥିବା ବିଭାଗ ସ୍ପଷ୍ଟ କରିଛି ବୋଲି ସେ କହିଛନ୍ତି । ଏହା ସହିତ ବିଜେପି ଶାସିତ ନଗର ନିଗମରେ ଏହି 5 ତାଲା କାରଖାନା କିପରି ନିର୍ମାଣ ହେଲା ବୋଲି ପ୍ରଶ୍ନ କରିଛନ୍ତି ସେ ।
ସୂଚନାଯୋଗ୍ୟ ଯେ, ଉକ୍ତ ଘଟଣା ପାଇଁ ବିଜେପି ଆପ୍ ସରକାରଙ୍କୁ ଦୋଷ ଦେଇଥିଲା । ଦିଲ୍ଲୀ ସରକାରଙ୍କ କୋହଳ ଦଣ୍ଡ ବ୍ୟବସ୍ଥା ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଛି ବୋଲି କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ରବିବାର କହିଥିଲେ ।