ଓଡିଶା

odisha

ETV Bharat / bharat

ରାଜ୍ୟସଭାରେ ଉଠିଲା କର୍ଣ୍ଣାଟକ ଝଡ, ଗୃହ ମୁଲତବୀ

ରାଜ୍ୟସଭାରେ କର୍ଣ୍ଣାଟକ ଝଡ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓହୋହାଲ୍ଲାରେ ଦିନ 2ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।

By

Published : Jul 9, 2019, 2:22 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ରାଜ୍ୟସଭାରେ କର୍ଣ୍ଣାଟକ ଝଡ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ହୋହାଲ୍ଲାରେ ଦିନ 2ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ତେବେ କର୍ଣ୍ଣାଟକର ରାଜନୈତିକ ଝଡରେ କଂଗ୍ରେସ ଓ ଜେଡିଏସକୁ ନେଇ ଗଠିତ ମେଣ୍ଟ ସରକାରରୁ 30ରୁ ଊର୍ଦ୍ଧ୍ବ ମନ୍ତ୍ରୀ ଇସ୍ତଫା ଦେଇ ସାରିଛନ୍ତି।

ଖବର ଅନୁଯାୟୀ, କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଓ କେ ସୁରେଶ ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଣିଛନ୍ତି । ଅନ୍ୟପକ୍ଷରେ ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଥିବା ବେଳେ ବୈଠକରେ କର୍ଣ୍ଣାଟକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଦଳ ନେତା ସିଦ୍ଧରମେୟା, ପ୍ରିୟଙ୍କ ଖାର୍ଗେ ଓ ଅନ୍ୟ କଂଗ୍ରେସ ନେତା ପ୍ରମୁଖ ଯୋଗ ଦେଇଛନ୍ତି ।

ଅନ୍ୟପଟେ ଆଜି ଦିଲ୍ଲୀରେ ବିଜେପିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ କରାଯାଉଛି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା 20 ଜଣ ସଦସ୍ୟଙ୍କୁ ଚୟନ କରି ରାଷ୍ଟ୍ର ଭାଷା ହିନ୍ଦୀକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ପାଇଁ ପ୍ରସ୍ତାବ ରଖିବେ । ଏହାସହ 2019-20 କେନ୍ଦ୍ର ବଜେଟ ଉପରେ ମଧ୍ୟ ମାନସ ମନ୍ଥନ କରାଯିବ ।

ABOUT THE AUTHOR

...view details