ଓଡିଶା

odisha

ETV Bharat / bharat

ଭୋଟ ଦେବାକୁ ଆମ୍ବୁଲାନ୍ସରେ ଆସିଲେ ବିଧାୟକ - ଆମ୍ବୁଲାନ୍ସରେ ପହଞ୍ଚିଲେ ବିଧାୟକ

ଆଜି 7ଟି ରାଜ୍ୟର 18ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି । ଆରମ୍ଭ ହୋଇଯାଇଛି ଭୋଟିଂ ପ୍ରକ୍ରିୟା । ଅଧିକ ପଢନ୍ତୁ...

ଭୋଟିଂ ପାଇଁ ଆମ୍ବୁଲାନ୍ସରେ ପହଞ୍ଚିଲେ ବିଧାୟକ
ଭୋଟିଂ ପାଇଁ ଆମ୍ବୁଲାନ୍ସରେ ପହଞ୍ଚିଲେ ବିଧାୟକ

By

Published : Jun 19, 2020, 12:50 PM IST

ଗାନ୍ଧୀନଗର : ଭୋଟ ଦେବାକୁ ଆମ୍ବୁଲାନ୍ସରେ ଆସିଲେ ବିଧାୟକ । ଗୁଜୁରାଟର ମାତାର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ କେସରିସିନ ଜେସଙ୍ଗଭାଇ ସୋଲାନକି ଆମ୍ବୁଲାନ୍ସ ଯୋଗେ ବୁଥ ସେଣ୍ଟରରେ ପହଞ୍ଚିଛନ୍ତି । ବିଧାୟକ ଜେସଙ୍ଗଭାଇଙ୍କ ସ୍ବାସ୍ଥ୍ୟ ସମସ୍ୟା ଥିବାରୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରୁ ବୁଥ ସେଣ୍ଟର ପହଞ୍ଚିବା ପରେ ପୁଣି ସିଧାସଳଖ ଡାକ୍ତରଖାନା ଯାଇଥିଲେ ।

ଆଜି 7ଟି ରାଜ୍ୟର 18ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି । ଆରମ୍ଭ ହୋଇଯାଇଛି ଭୋଟିଂ ପ୍ରକ୍ରିୟା । ସେପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ସମସ୍ତ ଗାଇଡଲାଇନ ଅନୁସରଣ କରାଯାଇଛି । ଗତ ମାର୍ଚ୍ଚ 26 ରେ ହେବାକୁ ଥିବା ଏହି ନିର୍ବାଚନକୁ କୋରୋନା ମହାମାରୀ ପାଇଁ ଘୁଞ୍ଚାଇ ଆଜି ଅନୁଷ୍ଠିତ ହୋଇଛି।

ମଧ୍ୟପ୍ରଦେଶରେ କଂଗ୍ରେସ ବିଧାୟକଙ୍କୁ ବସ ଯୋଗେ ବୁଥ ସେଣ୍ଟର ନିଆଯାଉଥିବାବେଳେ ଭୋପାଳରେ ରାଜ୍ୟ ବିଧାନସଭାକୁ ଭୋଟ୍ ପାଇଁ କମଲ ନାଥ ମଧ୍ୟ ବାସଭବନରୁ ବାହାରି ସାରିଲେଣି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହ୍ବାନ ନିଜର ମତଦାନ ସାବ୍ୟସ୍ତ କରିସାରିଛନ୍ତି ।

ରାଜସ୍ଥାନ ବିଜେପି ମଧ୍ୟ 3ଟି ବସ ଯୋଗେ ଜୟପୁରରେର ପହଞ୍ଚିଛନ୍ତି । ମତାଦାନ ପ୍ରକ୍ରିୟା ସକାଳ 9ଟାରୁ ଆରମ୍ଭ ହୋଇ ଅପରାହ୍ନ 4ଟା ଯାଏଁ ଚାଲିବ । ସନ୍ଧ୍ୟା 5ଟା ପରେ ଭୋଟ ଗଣତି ହେବ ।

ଆନ୍ଧ୍ରପ୍ରଦେଶ (ଚାରିଟି ଆସନ), ଗୁଜୁରାଟ (ଚାରିଟି ଆସନ), ଝାଡଖଣ୍ଡ (ଦୁଇଟି ସିଟ୍), ମଧ୍ୟପ୍ରଦେଶ (ତିନିଟି ସିଟ୍), ମଣିପୁର (ଗୋଟିଏ ସିଟ୍), ମେଘାଳୟ (ଗୋଟିଏ ସିଟ୍) ଏବଂ ରାଜସ୍ଥାନ (ତିନି ସିଟ୍) ପାଇଁ ମତଦାନ ଅନୁଷ୍ଠିତ ହୋଇଯାଇଛି।

ANI

ABOUT THE AUTHOR

...view details