ଓଡିଶା

odisha

ETV Bharat / bharat

ଜେଏନୟୁ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ, ଦିନ 2ଟା ଯାଏ ରାଜ୍ୟସଭା ମୁଲତବୀ - ଦିନ 2ଟା ଯାଏ ଗୃହ ମୁଲତବୀ

ଜେଏନୟୁ ବିଶ୍ବବିଦ୍ୟାଳୟରେ ଧାରା-267 ପ୍ରତ୍ୟାହାର ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ। ଫଳରେ ଗୃହକୁ ଦିନ 2ଟା ଯାଏ ଗୃହକୁ ମୁଲତବୀ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଦିନ 2ଟା ଯାଏ ଗୃହ ମୁଲତବୀ

By

Published : Nov 19, 2019, 1:16 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ଜେଏନୟୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ କରାଯାଉଥିବା ଆନ୍ଦୋଳନ ପ୍ରସଙ୍ଗ। ବିଶ୍ବବିଦ୍ୟାଳୟରେ ଧାରା-267 ପ୍ରତ୍ୟାହାରକୁ ନେଇ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ। ଏ ପ୍ରସଙ୍ଗରେ ସିପିଆଇ ପକ୍ଷରୁ ଆଗତ ପ୍ରସ୍ତାବକୁ ଅଗ୍ରହ୍ୟ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ। ଫଳରେ ଗୃହକୁ ଦିନ 2ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଛି।

ଗତକାଲି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଜେଏନୟୁ ଛାତ୍ରଛାତ୍ରୀ ସଂସଦ ଭବନ ଆଡକୁ ବିଶାଳ ମାର୍ଚ୍ଚ କରି ଅଗ୍ରସର ହୋଇଥିଲେ। ଯେଉଁଥିରେ ସାମିଲ ଥିଲେ 3 ହଜାରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ। ହଷ୍ଟେଲ ଫି ବୃଦ୍ଧିକୁ ବିରୋଧ କରି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନୂଆ ଫିସ୍ ମୁତାବକ ସିଙ୍ଗଲ ରୁମର ଚାର୍ଚ୍ଚ 10 ଟଙ୍କାରୁ ବଢି 300 ଟଙ୍କା କରାଯାଇଛି। ସେହିପରି ଡବଲ୍ସ ରୁମର ଚାର୍ଚ୍ଚ 20 ଟଙ୍କା ଥିବା ବେଳେ ଏହାକୁ ବଢାଯାଇ 600ଟଙ୍କା କରାଯାଇଛି। ଯାହାକୁ ବିରୋଧ କରିଛନ୍ତି ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ।

ABOUT THE AUTHOR

...view details