ନୂଆଦିଲ୍ଲୀ: ଆରପାରିରେ ବିଜେପି ସାଂସଦ ଅଶୋକ ଗସ୍ତି । ଗୁରୁବାର କୋରୋନାରେ ତାଙ୍କର ଦେହାନ୍ତ ହୋଇଛି। ସେ ଥିଲେ ବେଙ୍ଗାଲୁରୁର ନବନିର୍ବାଚିତ ରାଜ୍ୟସଭା ସାଂସଦ। ଗସ୍ତିଙ୍କ ଅକାଳ ବିୟୋଗରେ ରାଜ୍ୟସଭାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ଏବଂ ଉଚ୍ଚସଦନକୁ 30 ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।
ଆରପାରିରେ ବିଜେପି ସାଂସଦ ଅଶୋକ ଗସ୍ତି, 30 ମିନିଟ୍ ରାଜ୍ୟସଭା ମୁଲତବୀ - ବିଜେପି ସାଂସଦ ଅଶୋକ ଗସ୍ତି
ଆରପାରିରେ ବିଜେପି ସାଂସଦ ଅଶୋକ ଗସ୍ତି। ଗୁରୁବାର କୋରୋନାରେ ତାଙ୍କର ଦେହାନ୍ତ ହୋଇଛି। ସେ ଥିଲେ ବେଙ୍ଗାଲୁରୁର ନବନିର୍ବାଚିତ ରାଜ୍ୟସଭା ସାଂସଦ। ଗସ୍ତିଙ୍କ ଅକାଳ ବିୟୋଗରେ ରାଜ୍ୟସଭାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ଏବଂ ଉଚ୍ଚସଦନକୁ 30 ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।
ଆରପାରିରେ ବିଜେପି ସାଂସଦ ଅଶୋକ ଗସ୍ତି, ଅଧ ଘଣ୍ଟାଏ ଗୃହ ମୁଲତବୀ
"ମୁଁ ଅଶୋକ ଗସ୍ତିଙ୍କ ଦେହାନ୍ତରେ ମର୍ମାହତ । ସେ କର୍ଣ୍ଣାଟକରୁ ଗୃହର ଜଣେ ସଦସ୍ୟ ଥିଲେ। ଦେଶ ଜଣେ ଦକ୍ଷ ସାଂସଦଙ୍କୁ ହରାଇଛି" ବୋଲି ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ କହିଛନ୍ତି।
ରାଜ୍ୟସଭା ସାଂସଦ ତଥା ବିଜେପିର କର୍ଣ୍ଣାଟକ ନେତା ଅଶୋକ ଗସ୍ତିଙ୍କ ଗୁରୁବାର ବେଙ୍ଗାଲୁରୁରେ ଦେହାନ୍ତ ହୋଇଛି । କୋରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିବା ପରେ ତାଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 55 ବର୍ଷିୟ ଗସ୍ତି ଜୁନ୍ ମାସରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଜୁଲାଇ 22, 2020ରେ ଉପର ଗୃହର ସାଂସଦ ଭାବରେ ଶପଥ ଗ୍ରହଣ କରିଥିଲେ।