ଓଡିଶା

odisha

ETV Bharat / bharat

ଆମେରିକା-ଇରାନ ବିବାଦ: ଭାରତର ଆଭିମୁଖ୍ୟ ସ୍ପଷ୍ଟ କଲେ ପ୍ରତିରକ୍ଷା ମନ୍ତ୍ରୀ - ଆମେରିକା-ଇରାନ ବିବାଦ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ପ୍ରାଚ୍ୟର ପରିସ୍ଥିତି ସଂପର୍କରେ ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଇପରଙ୍କ ସହ ଆଲୋଚନା କରିଛନ୍ତି । ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

Rajnath speaks with US defence secretary
ଆମେରିକା-ଇରାନ ବିବାଦ: ଭାରତର ଆଭିମୁଖ୍ୟ ସ୍ପଷ୍ଟ କଲେ ପ୍ରତିରକ୍ଷା ମନ୍ତ୍ରୀ

By

Published : Jan 10, 2020, 2:06 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ପ୍ରାଚ୍ୟର ପରିସ୍ଥିତି ସଂପର୍କରେ ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଇପରଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଟେଲିଫୋନ ମାଧ୍ୟମରେ ଗଲ୍ଫ ଅଞ୍ଚଳରେ ସଂଘଟିତ ବିଭିନ୍ନ ଘଟଣା ତଥା ସଂପର୍କରେ ଆଲୋଚନା କରିଥିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

ଫଟୋ ସୌଜନ୍ୟ: ଟୁଇଟର/@rajnathsingh

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ‘ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଟି. ଇପରଙ୍କ ସହ ଟେଲିଫୋନରେ ଆଲୋଚନା କଲି । ଆମେ ଦ୍ବିପାକ୍ଷିକ ପ୍ରତିରକ୍ଷା ସହଯୋଗ ବିଷୟରେ ଆଲୋଚନା କଲୁ । ସେ ମତେ ଗଲ୍ଫ ଅଞ୍ଚଳର ସ୍ଥିତି ବିଷୟରେ ଅବଗତ କରାଇଥିଲେ । ମୁଁ ମଧ୍ୟ ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଜଣାଇଲି ।’

ଇରାନ କ୍ବାର୍ଡ ଫୋର୍ସ କମାଣ୍ଡର କ୍ବାସିମ ସୋଲେମାନିଙ୍କ ହତ୍ୟାପରେ ଆମେରିକା ଓ ଇରାନ ମଧ୍ୟରେ ବିବାଦ ଅଧିକ ହୋଇଛି । ଉଭୟ ପରସ୍ପରକୁ ଆକ୍ରମଣ କରିବା ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତେବେ ଗତକାଲି ଆମେରିକା ରାଷ୍ଟ୍ରପତି ଏ ସଂପର୍କରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି । ଆମେରିକା ଇସଲାମ ଆତଙ୍କବାଦୀଙ୍କ ବିରୋଧରେ ନିଜ ଅଭିଯାନ ଜାରି ରଖିବ ବୋଲି ସ୍ପଷ୍ଟ କରିଛି ।

ABOUT THE AUTHOR

...view details