ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ସିଂ ପୁଅ ପଙ୍କଜ ସିଂ କୋରୋନା ଆକ୍ରାନ୍ତ । ପଙ୍କଜ ସିଂ ଦିଲ୍ଲୀ ଗୌତମ ବୁଦ୍ଧ ନଗରର ବିଜେପି ବିଧାୟକ । କୋରୋନା ଲକ୍ଷଣ ଦେଖାଦେବା ପରେ ସେ କୋଭିଡ ଟେଷ୍ଟ କରାଇଥିଲେ ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ସେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଗତ ସୋମବାର ବିଳମ୍ବିତ ରାତିରେ ବିଧାୟକ ପଙ୍କଜ ସିଂ କହିଥିଲେ, ଡାକ୍ତରଙ୍କ ପରାମର୍ଶରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛ ସମସ୍ତେ ନିଜକୁ ଆଇସୋଲେଟ କରିବା ସହ ଟେଷ୍ଟ କରାଇ ନିଅନ୍ତୁ ।