ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲେହର ଷ୍ଟକନାରେ ପହଞ୍ଚିଛନ୍ତି । ଏହି ସମୟରେ ରାଜନାଥଙ୍କ ସମ୍ମୁଖର ଜବରଦୋସ୍ତ ପରାକ୍ରମ ଦେଖାଇଛନ୍ତି ବାୟୁସେନା ଓ ସ୍ଥଳ ସେନାର ଯବାନ । ପାରା କମାଣ୍ଡୋ ମଧ୍ୟ ପାଙ୍ଗଙ୍ଗ ହ୍ରଦ ନିକଟରେ ଯୁଦ୍ଧ ଅଭ୍ୟାସ କରିଛନ୍ତି । ଏହା ସହ ଭାରତ-ଚୀନ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିବା ଅଞ୍ଚଳରେ ପ୍ରତିରକ୍ଷା ମନ୍ତ୍ରୀ ନିଜ କାନ୍ଧରେ ବନ୍ଧୁକ ଧରି ନିଶାନା କରୁଥିବାର ଦେଖିବାକୁ ମିଳିଥିଲା ।
ଏଲଏସିରେ ଯବାନଙ୍କ ପରାକ୍ରମ, ବନ୍ଧୁକ ଧରିଲେ ରାଜନାଥ - Rajnath Singh witnesses para dropping exercise
ଦୁଇ ଦିନିଆ ଏଲଏସି ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଏହି ପାଙ୍ଗଙ୍ଗ ହ୍ରଦ ନିକଟରେ ରାଜନାଥ ପହଞ୍ଚିଥିବାବେଳେ ଶକ୍ତି ପ୍ରଦର୍ଶନ କରିଛନ୍ତି ପାରା କମାଣ୍ଡୋ ।

ପ୍ରତିରକ୍ଷା ମନ୍ତ୍ରୀ ଏହି ସଙ୍କେତ ଚୀନକୁ କଡା ଚେତାବନୀ ଦେଇଛନ୍ତି । ଆମେ ଶାନ୍ତି ବଜାୟୀକୁ ଚାହୁଁଛୁ କିନ୍ତୁ ଘୃଣ୍ୟ ହରକତକୁ ବରଦାସ୍ତ କରାଯିବ ଯିବ ନାହିଁ ବୋଲି ପରୋକ୍ଷରେ ସେ ସୂଚାଇ ଦେଇଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଦୁଇ ଦିନିଆ ଏଲଏସି ଗସ୍ତରେ ଅଛନ୍ତି । ତାଙ୍କ ସହ ଡିଫେନ୍ସ ଷ୍ଟାଫ ଜେନେରାଲ ମୁଖ୍ୟ ଜେନେରାଲ ବିପିନ ରାୱତ ଓ ସ୍ଥଳସେନା ମୁଖ୍ୟ ଏମ ନରୱାଣେ ରହିଛନ୍ତି ।
ମେ’ରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ପ୍ରଥମ ଲଦାଖ ଗସ୍ତ। ଏହି ଦୁଇ ଦିନିଆ ଗସ୍ତରେ ସେ ଲଦାଖ ସମେତ ଜମ୍ମୁ-କାଶ୍ମୀରର ସ୍ଥିତି ସମୀକ୍ଷା କରିବେ । ରାଜନାଥ ଲଦାଖ ପରେ ଜମ୍ମୁ-କଶ୍ମୀରର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ରେ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ଶ୍ରୀନଗର ଯିବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ସୁଦ୍ଧା ଶ୍ରୀନଗରରେ ରାଜନାଥ ପହଞ୍ଚିବେ ବୋଲି ସୂଚନା ରହିଛି। ଏହି ସମୟରେ ରାଜନାଥ ଅମରନାଥ ମନ୍ଦିର ପରିଦର୍ଶନ ଯାଇ ସ୍ଥିତି ଅନୁଧ୍ୟାନ କରିପାରନ୍ତି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।