ଓଡିଶା

odisha

ETV Bharat / bharat

କୁପୱାଡାର ଫରୱାର୍ଡ ପୋଷ୍ଟ ପରିଦର୍ଶନ କଲେ ପ୍ରତିରକ୍ଷା ମନ୍ତ୍ରୀ - କୁପୱାଡାର ଫରୱାର୍ଡ ପୋଷ୍ଟ

ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟସ୍ଥ ଏକ ଫରୱାର୍ଡ ପୋଷ୍ଟ ପରିଦର୍ଶନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହା ସହିତ ସେ ସେଠାରେ ନିୟୋଜିତ ସୈନିକମାନଙ୍କ ସହ ଆଲୋଚନା କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

By

Published : Jul 18, 2020, 4:33 PM IST

ଶ୍ରୀନଗର:ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟସ୍ଥ ଏକ ଫରୱାର୍ଡ ପୋଷ୍ଟ ପରିଦର୍ଶନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହା ସହିତ ସେ ସେଠାରେ ନିୟୋଜିତ ସୈନିକମାନଙ୍କ ସହ ଆଲୋଚନା କରିଛନ୍ତି । ରାଜନାଥ ସିଂହ ଫରୱାର୍ଡ ପୋଷ୍ଟରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଯାଞ୍ଚ କରି ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଏନେଇ ସେ ଟ୍ୱିଟ କରି କହିଛନ୍ତି, ଶନିବାର ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟସ୍ଥ ଏକ ଫରୱାର୍ଡ ପୋଷ୍ଟ ପରିଦର୍ଶନ କରିଛି । ସେଠାରେ ନିୟୋଜିତ ସୈନିକମାନଙ୍କ ସହ କଥାବାର୍ତ୍ତା ହୋଇଛି । ଏହି ବୀର ଏବଂ ସାହାସୀ ସୈନିକଙ୍କ ପାଇଁ ଆମେ ଗର୍ବିତ । ଯେଉଁମାନେ ସବୁ ପରିସ୍ଥିତିରେ ଆମ ଦେଶକୁ ରକ୍ଷା କରୁଛନ୍ତି ବୋଲି ରାଜନାଥ ସିଂହ କହିଛନ୍ତି ।

ଏହାପୂର୍ବରୁ ଶନିବାର ରାଜନାଥ ସିଂହ ସିଡିଏସ ଜେନେରାଲ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ ଏମ ଏମ ନାରୱାଣେଙ୍କ ସହ ଅମରନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ଦୁଇ ଦିନିଆ ଲଦାଖ ଏବଂ ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି । ସେ ଉଭୟ ପ୍ରକୃତ ନିୟନ୍ତ୍ରଣ ରେଖା ଏବଂ ନିୟନ୍ତ୍ରଣ ରେଖା ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ଗସ୍ତର ପ୍ରଥମ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ଶୁକ୍ରବାର ପ୍ରତିରକ୍ଷା କର୍ମଚାରୀ ତଥା ସେନା ମୁଖ୍ୟ ଜେନେରାଲଙ୍କ ସମେତ ଲଦାଖର ଲୁକଙ୍ଗରେ ଥିବା ସୈନ୍ୟମାନଙ୍କ ସହ ଆଲୋଚନା କରିଥିଲେ । ପାକିସ୍ତାନ ଏବଂ ଚୀନ ଉଭୟ ଏବେ ସୀମାରେ ଉତ୍ତେଜନା ସୃଷ୍ଟି କରିଛନ୍ତି । ଏହି ସମୟରେ ପ୍ରତିରକ୍ଷାମନ୍ତ୍ରୀଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।

ABOUT THE AUTHOR

...view details