ନୂଆଦିଲ୍ଲୀ: କୋଭିଡ 19 ସ୍କ୍ରିନିଂ ପାଇଁ ସରକାର ବିଭିନ୍ନ ପ୍ରକାର ଟେଷ୍ଟିଂ ଉପାୟ ଅବଲମ୍ବନ କରୁଛନ୍ତି । ଅନେକ ପରୀକ୍ଷା ମଧ୍ୟ ହେଉଛି । ଏହି ସମୟରେ ସରକାରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ଡିଆରଡିଓ ।
ଏକ ମୋବାଇଲ ଲାବ୍ ନିର୍ମାଣ କରିଛି ପ୍ରତିରକ୍ଷା ବିଭାଗ ରିସର୍ଚ୍ଚ ଏବଂ ବିକାଶ ସଂସ୍ଥା । ଏହାଦ୍ବାରା କୋଭିଡ 19 ସ୍କ୍ରିନିଂ କରିବା ସହଜ ହେବ । ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରିହେବ । ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଉନ୍ମୋଚନ କରିଛନ୍ତି ।