ନୂଆଦିଲ୍ଲୀ: ସେପ୍ଟେମ୍ବର 10ରେ ରାଫେଲ ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ କରାଇବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ହରିୟାଣାର ଅମ୍ବାଲା ଏୟାରବେସରେ ଏନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ | ଏଥିପାଇଁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାଲେଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।
ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ଋଷିଆରୁ ଫେରିବା ପରେ ଏହି ସମାରୋହ ଅନୁଷ୍ଠିତ ହେବ। ସେପ୍ଟେମ୍ବର 4ରୁ 6 ପର୍ଯ୍ୟନ୍ତ ଋଷିଆର ଏସସିଓ ସଦସ୍ୟ ଦେଶର ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।