ଶ୍ରୀନଗର: ଜାମ୍ମୁକାଶ୍ମୀରରେ 6ଟି ସେତୁ ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାମ୍ମୁ ସେକ୍ଟରରେ ସୀମା ସଡକ ସଂଗଠନ (ବିଆରଓ) ଦ୍ୱାରା ନିର୍ମିତ 6ଟି ନୂଆ ସେତୁ ଉଦଘାଟନ କରିଛନ୍ତି ।
ଏହି 6ଟି ସେତୁ ନିର୍ମାଣରେ ପ୍ରାୟ 43 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି। ତେବେ ପ୍ରତିରକ୍ଷା ମନ୍ତ୍ରୀ ଅଖନୁର ସେକ୍ଟରରେ ଚାରୋଟି ଏବଂ ଜାମ୍ମୁ-ରାଜପୁରା ଅଞ୍ଚଳରେ ଦୁଇଟି ସେତୁ ଉଦଘାଟନ କରିଛନ୍ତି ।